ଶୁଦ୍ଧ କହି ଠକୁଛି ସଫୋଲା, ମହୁ ନାଁରେ ଅନଲାଇନରେ ବିକୁଛି ଚିନି ସିରା

1 min read

ଭୁବନେଶ୍ୱର: ମହୁ ନାଁରେ ବିକ୍ରି ହେଉଛି ଚିନି ସିରପ୍ । ସଫୋଲା ବ୍ରାଣ୍ଡରେ ବିକ୍ରି ହେଉଛି ବିଷ । ବ୍ରାଣ୍ଡ, ଷ୍ଟିକରିଂ ସବୁ ସମାନ । ଡବା ଭିତରେ ଅଛି ୧୦୦ ପ୍ରତିଶତ ଶୁଦ୍ଧ ମହୁ । ମିଶୁନି ଚିନି, ଏହା ହେଉଛି ମାରିକୋ ସଫୋଲାର ଦାବି ।

Saffola Supplies Sugar Syrup As Honey In Online

ତେବେ, ଏହି ଦାବି କେତେ ସତ କେତେ ମିଛ । ଆମେ କହିବୁ ଆପଣଙ୍କୁ । ସଫୋଲା ବ୍ରାଣ୍ଡରେ ମାରିକୋ ତେଲଠୁ ନେଇ ମହୁ ସବୁ କିଛି ବିକ୍ରି କରୁଛି । ସୋସିଆଲ୍ ମିଡିଆରେ ବିଜ୍ଞାପନ ବି ଦେଉଛି କମ୍ପାନୀ ମହୁର ଶୁଦ୍ଧତାକୁ ନେଇ । ଏମିତିକି କମ୍ପାନୀ ନିଜ ୱେବସାଇଟ୍ https://saffola.marico.in/ ରେ ସବୁ ସାମଗ୍ରୀ ବିକ୍ରି କରୁଛି । କମ୍ପାନୀର ୱେବସାଇଟରୁ ରାଜଧାନୀର ଜଣେ ବାସିନ୍ଦା ୨୦୨୧ ଜାନୁଆରୀ ୧୧ ତାରିଖରେ ମହୁ ଅର୍ଡର କରିଥିଲେ । ୨୫୦ ଗ୍ରାମର ମହୁ ମଧ୍ୟ ଗ୍ରାହକଙ୍କୁ ମିଳିଥିଲା ।

Saffola Supplies Sugar Syrup As Honey In Online

ଗ୍ରାହକ ଅର୍ଡର କରିଥିବା ମହୁର ବ୍ୟାଚ୍ ନମ୍ବର K33 । ଏହି ମହୁଟି ୨୦୨୦ ଡିସେମ୍ବର ୦୨ ତାରିଖରେ ପ୍ୟାକେଜିଂ ହୋଇଛି । କମ୍ପାନୀ ଅନୁସାରେ ପ୍ୟାକେଜିଂର ୧୮ ମାସ ମଧ୍ୟରେ ମହୁକୁ ଆପଣ ବ୍ୟବହାର କରିପାରିବେ । ଗ୍ରାହକ ସଫୋଲା ଉପରେ ଭରସା କରି ମହୁ କିଣିଥିଲେ । କିନ୍ତୁ ସଫୋଲା ଶୁଦ୍ଧ ମହୁ ନାଁରେ ଧୋକ୍କା ଦେଇଛି । ଅଭିଯୋଗ ଅନୁସାରେ, ଗ୍ରାହକ ଜଣଙ୍କୁ ମହୁ ନୁହେଁ ବରଂ ଚିନି ସିରପ୍ ମିଳିଛି । ଏନେଇ ଗ୍ରାହକ କମ୍ପାନୀକୁ ଫେବ୍ରୁଆରୀ ୧୮ ତାରିଖରେ ଅଭିଯୋଗ କରିଥିଲେ ।

Saffola Supplies Sugar Syrup As Honey In Online

କମ୍ପାନୀ ପକ୍ଷରୁ କୁହାଯାଇଥିଲା- ସଫୋଲା ମହୁ ସମ୍ପୂର୍ଣ୍ଣ ଶୁଦ୍ଧ । ଏଥିରେ କୌଣସି ପିଜର୍ଭେଟିଭ୍ ମିଶା ଯାଇନାହିଁ । ଗ୍ରାହକ ମହୁର ମାନ ଏବଂ ଚିନି ଭଳି ମିଠା ଲାଗୁଥିବା କହିଥିଲେ । କମ୍ପାନୀ ଅଧିକାରୀଙ୍କ ଉତ୍ତର ଥିଲା- ମହୁରେ ନାଚୁରାଲ ସୁଗାର (ପ୍ରାକ୍ରୁତିକ ଚିନି) ରହିଛି । ନ୍ୟାସନାଲ ହନି ବୋର୍ଡ ଅନୁସାରେ ଶୁଦ୍ଧ ମହୁରେ ନାଚୁରାଲ୍ ସୁଗାର ଗ୍ଲୁକୋଜ୍ ପ୍ରପୋଜ୍ ନାଁରେ ଥାଏ ବୋଲି କହିଥିଲେ । ଯାହାକି ଥଣ୍ଡାରେ ଜମି ଯାଇଥାଏ । ଆପଣ କିଣିଥିବା ମହୁ ପଞ୍ଜାବରେ ପ୍ରସ୍ତୁତ ହୋଇଛି । ଥଣ୍ଡା ସମୟରେ ମହୁ ପ୍ରସ୍ତୁତ ହୋଇଥିବାରୁ ଏହା ବସିଯାଇଛି ବୋଲି କମ୍ପାନୀ ଦାବି କରିଥିଲା । ଏଥିସହ ଉକ୍ତ ମହୁ ବ୍ୟାଚକୁ କମ୍ପାନୀ ଟେଷ୍ଟ କରିଥିବା କହିଥିଲେ ଅଧିକାରୀ । ଗ୍ରାହକଙ୍କୁ ଦାବି ପରେ କମ୍ପାନୀ ୨୫୦ ଗ୍ରାମର ମହୁକୁ ରିପ୍ଲେସ୍ କରିଛି ।

Saffola Supplies Sugar Syrup As Honey In Online

ରିପ୍ଲେସ୍ ଏବଂ ପୂର୍ବରୁ ଅର୍ଡର ହୋଇଥିବା ମହୁ ମଧ୍ୟରେ ପାର୍ଥକ୍ୟ ଦେଖନ୍ତୁ । ପୂର୍ବରୁ ମିଳିଥିବା ମହୁ ଦେଖିବାକୁ ହଳଦିଆ ରଙ୍ଗରେ ହୋଇଥିବା ବେଳେ ଏଥିରେ ଚିନି ସିରା ଭଳି ଛୋଟ ଛୋଟ ଦାନା ରହିଛି । ଆଉ ଏବେ ଗ୍ରାହକଙ୍କୁ ମିଳିଥିବା ମହୁର ରଙ୍ଗ ଲାଲ୍ ଥିବାବେଳେ ଏଥିରେ କୌଣସି ଚିନି ଦାନା ଦେଖାଯାଉ ନାହିଁ । ରିପୋର୍ଟ ଅନୁସାରେ, ୨୦୨୦ ଡିସେମ୍ବର ୨ରେ ସଫୋଲା ସମେତ ଅନ୍ୟ ୨ଟି ବ୍ରାଣ୍ଡର ମହୁକୁ ଭାରତ ଓ ଜର୍ମାନୀରେ ଟେଷ୍ଟ କରିବା ପରେ ଶୁଦ୍ଧତା ପ୍ରମାଣପତ୍ର ଦେଇଛି FSSAI ।

Saffola Supplies Sugar Syrup As Honey In Online

କିନ୍ତୁ, ମାରିକୋ ସଫୋଲା ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇ ମହୁ ନାଁରେ ଚିନି ସିରପ୍ ବିକୁଛି । ତାହା ପୁଣି କମ୍ପାନୀର ନିଜସ୍ୱ ଇ-କମର୍ସ ୱେବସାଇଟରେ । ଆଉ ଗ୍ରାହକଙ୍କ ଅଭିଯୋଗ ପରେ ମିଳୁଛି ଶୁଦ୍ଧ ମହୁ । ମହୁ ନିତିଦିନିଆ ଜୀବନର ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଛୋଟ ଛୁଆଠାରୁ ରୋଗୀଣା ମଣିଷ ସମସ୍ତଙ୍କ ଆବଶ୍ୟକ ହୋଇଥାଏ । ସଫୋଲା ଏଭଳି ଅପମିଶ୍ରିତ ମହୁ ବିକ୍ରି କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ FSSAI କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply