ସଚିନଙ୍କ ପ୍ରେମ କାହାଣୀର ଅଜଣା ଏପିସୋଡ୍, ପଢ଼ିଲେ ଆପଣ ବି ମୁରୁକି ହସିବେ

1 min read

ସଚିନ ତେନ୍ଦୁଲକର। କେବଳ ନାମ ହିଁ ଯ଼ଥେଷ୍ଟ ବୋଧେ ପରିଚୟର କୌଣସି ଆବଶ୍ୟକତା ନାହିଁ। କ୍ରିକେଟ୍ ଦୁନିଆର ଭଗବାନ କୁହାଯାଉଥିବା ଏହି କ୍ରକେଟରଙ୍କ ସାଧାରଣ ଜୀବନରୁ ଜଣେ ସଫଳ କ୍ରୀଡ଼ାବିତ ପର୍ଯ୍ୟନ୍ତ ଯାତ୍ରା ଯେତିକି ପ୍ରେରଣାଦାୟୀ ତାଙ୍କ ଲଭ୍‌ ଲାଇଫ୍‌ ବି ସେତିକ ସଫଳ ଓ ରୋମାଣ୍ଟିକ। ଆମେ ଆପଣଙ୍କୁ ସଚିନଙ୍କ  ବିବାହ ପୂର୍ବର ଆଫେୟର୍ସ ସମୟର ଏଭଳି ଏକ ଘଟଣା ବିଷୟରେ ଜଣାଇବାକୁ ଚାହୁଁଛୁ ଯାହା ଅନାଲୋଚିତ ହୋଇ ରହିଥିଲା ମାନେ କେହି ଜାଣି ନ ଥିଲେ ।

ସଚିନ ନିଜର ପ୍ରଥମ ଏକଦିବସୀୟ କ୍ରକେଟ ମ୍ୟାଚ୍‌ ଖେଳି ଫେରୁଥିବା ବେଳେ ତାଙ୍କର ଦେଖା ହୋଇଥିଲ ଅଞ୍ଜଳିଙ୍କ ସହିତ । ଆଉ ପ୍ରଥମ ଦେଖାରେ ହିଁ ସଚିନ ପଡ଼ିଯାଇଥିଲେ ଅଞ୍ଜଳିଙ୍କ ପ୍ରେମରେ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଡେଟିଂ।  ସଚିନ ନିଜର ବ୍ୟସ୍ତ ବହୁଳସୂଚୀ ଯ଼ୋଗୁଁ ଖୁବ୍‌ କମ୍‌ ସୁଯ଼ୋଗ ପାଉଥିଲେ ଅଞ୍ଜଳିଙ୍କ ସହିତ ଦେଖା କରିବାକୁ ।

ଏକଦା ସଚିନ ନିଜର କିଛି ଅନ୍ତରଙ୍ଗ ବନ୍ଧୁ ଓ ଅଞ୍ଜଳିଙ୍କ ସହିତ ସିନେମା ଦେଖିବାକୁ ଯାଇଥିଲେ। ହେଲେ ଜଣେ ସେ ସେଲିବ୍ରିଟି ହୋଇଥିବାରୁ ସର୍ବସାଧାଣରେ ସିନେମା ଦେଖିବାକୁ ଯିବାରେ ସମସ୍ୟା ଥିଲା। ଏଣୁ ସେ ଆପଣେଇଥିଲେ ଏକ ନିଆରା ଉପାୟ । ମାନେ  ନିଜ ମୁହଁରେ ନକଲି ଦାଢ଼ି ନିଶ ଲଗାଇବା ସହ ଚଷମା ପିନ୍ଧିଥିଲେ । ସିନେମା ଆରମ୍ଭ ହେବାର କିଛି ସମୟପରେ ଯାଇଥିଲେ ସିନେମା ଦେଖି। ହେଲେ ଇଣ୍ଟରଭାଲ ସମୟରେ ଚଷମା ଖସି ପଡ଼ିବାରୁ ଧରା ପଡିଥିଲେ ସଚିନ । ଆଉ ଚାରିଆଡ଼େ ଘେରିଯାଇଥିଲେ ଫ୍ୟାନ । ଏଣୁ ସେ ବାଧ୍ୟ ହୋଇ ଫିଲ୍ମ ଅଧା ଦେଖିଫେରିଥିଲେ।

ଏ ଘଟଣା ସମ୍ପର୍କରେ ତାଙ୍କ ସ୍ତ୍ରୀ ଅଞ୍ଜଳି ଏକ ମରହାଟ୍ଟା ମ୍ୟାଗାଜିନକୁ ଦେଇଥିବା ସାକ୍ଷାତକାର ସମୟରେ କହିଥିଲେ। ')}

Leave a Reply