ସଚିନଙ୍କ ବଦଳରେ ଗାଙ୍ଗୁଲିଙ୍କୁ କ’ଣ ପାଇଁ ଅଧିନାୟକ ଭାବେ ବାଛିଥିଲା ବିସିସିଆଇ ? ରହସ୍ୟ ଉପରରୁ ପରଦା ହଟାଇଲେ ଚନ୍ଦୁ ବୋର୍ଡେ

ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ହଟାଇ  କାହିଁକି ଗାଙ୍ଗୁଲିଙ୍କୁ  ଦାୟିତ୍ୱ  ଯାଇଥିଲା  ? ଏହି ଦ୍ୱନ୍ଦ ଉପରୁ ପରଦା ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଚିଫ୍ ସିଲେକ୍ଟେର ଚନ୍ଦୁ ବୋର୍ଡେ । ତାଙ୍କ କହିବା ଅନୁଯାୟୀ ସଚିନଙ୍କର  ଅଧିନାୟକ ଦାୟିତ୍ୱ ନେବାରେ ସାମାନ୍ୟତମ ଆଗ୍ରହ ନଥିଲା । ସଚିନ ଅଧିନାୟକ ଭାବେ ବିଫଳ ହେବାର କାରଣ ମଧ୍ୟ ଅଧିନାୟକତ୍ୱ ପ୍ରତି ଥିବା ତାଙ୍କ ନୈରାଶ୍ୟଜନକ ମନୋଭାବ । କୌଣସି ସିଲେକ୍ଟେରମାନଙ୍କର ଚାପ ତାଙ୍କ ଉପରେ ନଥିଲା ।  ଟିମର ଶ୍ରେଷ୍ଠ ପ୍ଲେୟାର ହୋଇଥିବା ହେତୁ ତାଙ୍କ ଉପରେ କୌଣସି ପ୍ରକାର ଚାପ ମ୍ୟାନେଜମେଣ୍ଟର ପକାଇବାକୁ ଦେଇନି ।

sachin pulls himself

୧୯୯୬ରୁ ୨୦୦୦ ମଧ୍ୟରେ ଟେଷ୍ଟରେ ୨୫ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇ ସଚିନ ମାତ୍ର ୪ଟି ଟେଷ୍ଟରେ ଭାରତକୁ ବିଜୟ ଦେଇପାରିଥିବା ବେଳେ ୭୩ଟି ଦିନିକିଆରୁ ୨୩ଟିରେ ଭାରତକୁ ବିଜୟ ଦେଇଛନ୍ତି । ଅଧିନାୟକ ଭାବେ ଦାୟିତ୍ୱ ନେବାକୁ ଚାହୁଁନଥିବା ହେତୁ ସଚିନ ନିଜେ ମ୍ୟାନେଜମେଣ୍ଟ ପାଖରେ ପହଞ୍ଚି ତାଙ୍କୁ କ୍ୟାପ୍ଟେନ୍ ପଦବୀରୁ ହଟାଇବା ପାଇଁ ଜଣାଇଥିଲେ । ସେ କହିଥିଲେ ଯେ ଅଧିନାୟକ ଦାୟିତ୍ୱ ନେଇ ମୁଁ ମୋ ଖେଳ ଉପରେ ଏକାଗ୍ରତା ରଖି ପାରୁନାହିଁ । ଜଣେ ବ୍ୟାଟସ୍ ମ୍ୟାନ ଭାବେ ଉନ୍ନତ ବ୍ୟାଟିଙ୍ଗ କରିବା ମୋର ପ୍ରାଥମିକତାରେ ରହିଛି । ତେଣୁ ମୋତେ କେବଳ ଖେଳିବାକୁ ଦିଆଯାଉ ।  ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ସଚିନ ଏଭଳି କହିଥିବା ବୋର୍ଡେ କହିଛନ୍ତି ।

Leave a Reply