ରାଜସ୍ଥାନ ବାଚସ୍ପତିଙ୍କ ଆଦେଶ ବିରୋଧରେ ହାଇକୋର୍ଟ ଗଲେ ପାଇଲଟ୍

Sachin Pilot To Move Supreme Court Against Disqualification Notice Issued By Rajasthan Speaker

ଜୟପୁର: ରାଜସ୍ଥାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କୁ ସମର୍ଥନ କରୁଥିବା ୧୮ ଜଣ ବିଧାୟକ ବାଚସ୍ପତିଙ୍କ ଆଦେଶ ବିରୋଧରେ ହାଇକୋର୍ଟକୁ ଯାଇଛନ୍ତି । ହାଇକୋର୍ଟ ଆଜି ଏହି ଆବେଦନ ଉପରେ ଶୁଣାଣି କରିବ । ଶୁଣାଣି ଅପରାହ୍ନ ୩ଟାରେ ହେବ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଯେ, ବାଚସ୍ପତି ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ବାଚସ୍ପତିଙ୍କ ଏହି ଆଦେଶ ବିରୋଧରେ ସଚୀନ ହାଇକୋର୍ଟ ଯିବା ପାଇଁ ନିଜ ଓକିଲଙ୍କ ସହ ଆଲୋଚନା କରୁଥିଲେ ।

ସଚୀନଙ୍କ ତରଫରୁ ଦାଏର ଆବେଦନରେ କୁହାଯାଇଛି ଯେ, ଗହଲୋତ ସରକାରଙ୍କ ଦ୍ୱାରା ଜାରି ନୋଟିସର କୌଣସି ଆଇନଗତ ଆଧାର ନାହିଁ । କଂଗ୍ରେସ ଦ୍ୱାରା ଅଭିଯୋଗ ପରେ ରାଜସ୍ଥାନ ବିଧାନସଭା ବାଚସ୍ପତି ମାନେସର ରିସୋର୍ଟରେ ଥିବା ସଚୀନ ପାଇଲଟ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ପଠା ଯାଇଥିଲା । ମଙ୍ଗଳବାର ଦିନ ସିଏଲପି ବୈଠକରେ ଯୋଗ ନେଦେଇଥିବାରୁ ସଚୀନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଥିଲା ।

ବୈଠକରେ ସାମିଲ ନହେବା ପରେ ସଚୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା । ଏହାସହ ତାଙ୍କୁ ରାଜସ୍ଥାନ କଂଗ୍ରେସ ସଭାପତି ପଦରୁ ମଧ୍ୟ ହଟା ଯାଇଥିଲା । ସଚୀନ ଏପର୍ଯ୍ୟନ୍ତ ନିଜ ପରବର୍ତ୍ତି ରାଜନୈତିକ ପଦକ୍ଷେପ ବାବଦରେ ଘୋଷଣା କରିନାହାନ୍ତି । ତେବେ ସେ ବିଜେପିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି.

Leave a Reply