ଆଉଟଲୁକ ମାଗାଜିନ୍ ପର୍ସନ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ସେମାନେ ସାଜିଥିଲେ କରୋନା କାଳରେ ଦୁଃଖର ସାଥୀ । ବର୍ଷ ୨୦୨୦ରେ ଯେତେବେଳେ ସାରା ଦେଶ ଘରେ ରହିଥିଲା, ସେମାନେ ବଢାଇଥିଲେ ସହଯୋଗର ହାତ । କିଏ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାରେ ଥିଲା ତ ଆଉ କିଏ ବିବାଦୀୟ ହୋଇ ଚର୍ଚ୍ଚାରେ ଥିଲା । ଏମାନଙ୍କୁ ନେଇ ପ୍ରକାଶ ପାଇଛି ଆଉଟ ଲୁକର ମାଗାଜିନ୍ ପର୍ସନ ଅଫ ଦ ଇଅର ତାଲିକା । ଯେଉଁଥିରେ ସାମିଲ ହୋଇଛନ୍ତି ଓଡ଼ିଆ ଅଭିନେତା ସବ୍ୟସାଚୀ ।

କରୋନା କାଳରେ ସବ୍ୟସାଚୀ ଅନେକ ପ୍ରବାସୀଙ୍କୁ ସହଯୋଗର ହାତ ବଢେଇ ବେଶ ଚର୍ଚ୍ଚାରେ ଥିଲେ । ସେଥିପାଇଁ ସଭିଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ ଏହି ଅଭିନେତା । ସେହିଭଳି ବଲିଉଡ ଅଭିନେତା ସୋନୁ ସୁଦ୍ ମଧ୍ୟ ଶହ ଶହ ପ୍ରବାସୀଙ୍କୁ ସାହାର୍ଯ୍ୟ କରି ସେମାନଙ୍କୁ ସେମାନଙ୍କ ଜନ୍ମ ମାଟିକୁ ଫେରାଇଥିଲେ । ଏଥିପାଇଁ ସେ ଆଉଟ ଲୁକର ମାଗାଜିନ୍ ପର୍ସନ ଅଫ ଦ ଇଅର ତାଲିକାରେ ସାମିଲ ହୋଇଛନ୍ତି ।

ଏଥି ସହ ଚଳିତବର୍ଷ ବିବାଦରେ ଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ସାହିନବାଗ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାରେ ଥିବା ଦାଦି ବିଲକିସ୍ ବାନୋ ମଧ୍ୟ ଆଉଟ ଲୁକର ମାଗାଜିନ୍ ପର୍ସନ ଅଫ ଦ ଇଅର ତାଲିକାରେ ସାମିଲ ହୋଇଛନ୍ତି । ସେହିଭଳି ତାମିଲନାଡୁର କ୍ରିକେଟର ନଟରାଜନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

Leave a Reply