ସାବରିମାଳାକୁ ନେଇ ଥମୁନି ବିବାଦ, ମହିଳା ଯାତ୍ରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର

1 min read

କେରଳ : ଆୟାପ୍ପାସ୍ୱାମୀଙ୍କ ପ୍ରସିଦ୍ଧ ମନ୍ଦିର କେରଳର ସାବରିମାଳାକୁ ନେଇ ଥମୁନି ବିବାଦ । କଡ଼ା ସୁରକ୍ଷା ମଧ୍ୟରେ ଆଜି ସନ୍ଧ୍ୟାରେ ଖୋଲିବ କେରଳର ସାବରିମାଳା ମନ୍ଦିର । ୧୦ ହଜାରରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ମହିଳା ଯାତ୍ରୀଙ୍କ ଦର୍ଶନ ପରିପ୍ରେକ୍ଷୀରେ କେରଳର ଏଲଡିଏଫ୍ ସରକାରଙ୍କରଙ୍କ ୟୁଟର୍ଣ୍ଣ ଦେଖିବାକୁ ମିଳିଛି । ମହିଳାଙ୍କୁ ମନ୍ଦିର ମନା ହୋଇଛି । ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ବି ଯେଉଁ ମହିଳା ଯାତ୍ରୀ ଦର୍ଶନ ପାଇଁ ଯାଉଛନ୍ତି ସେମାନଙ୍କୁ ସୁରକ୍ଷା ପାଇଁ କୋର୍ଟରୁ ଅନୁମତି ପତ୍ର ଆଣିବାକୁ ପଡ଼ିବ ବୋଲି ଦେବାସ୍ୱମ୍ ମନ୍ତ୍ରୀ କଡ଼କମପଲ୍ଲୀ ସୂଚନା ଦେଇଛନ୍ତି ।

ସାବରିମାଳା ମନ୍ଦିରରେ ମହିଳା ଯାତ୍ରୀଙ୍କ ପ୍ରବେଶ ପ୍ରସଙ୍ଗ ଏକ ବିତର୍କିତ ବିଷୟ । ଏହା ଉପରେ ଅଧିକ ଆଲୋଚନା ଥିବା ଅନୁଭବ କରି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହାକୁ ୭ ଜଣିଆ ବୃହତ୍ତର ବେଞ୍ଚକୁ ପଠାଇଛନ୍ତି । ୬୦ଟି ରିଭ୍ୟୁ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ସବୁ ମାମଲାକୁ ଏକାଠି କରି ବୃହତ୍ତର ବେଞ୍ଚକୁ ପଠାଯାଇଛି । ମାତ୍ର କୋର୍ଟ ନିଜ ରାୟକୁ ବଦଳାଇ ନାହାନ୍ତି । ଏବେବି କେରଳର ସାବରିମାଳାକୁ ମହିଳା ପ୍ରବେଶ କରିପାରିବେ ବୋଲି କୋର୍ଟ କହିଛନ୍ତି ।

ମାତ୍ର ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାର ନିଜର ଷ୍ଟାଣ୍ଡ ବଦଳାଇଛନ୍ତି । କହିଛନ୍ତି ମହିଳା ଆକ୍ଟିଭିଷ୍ଟମାନେ ଦର୍ଶନ ନାଁରେ ଏଠାରେ ପବ୍ଲିସିଟି ଷ୍ଟଣ୍ଟ ଦେଖାଇବା ଅନୁଚିତ୍ । ଯେଉଁ ମହିଳା ଯାତ୍ରୀ ଦର୍ଶନ ପାଇଁ ଯିବେ ସେମାନେ ନିଜ ସୁରକ୍ଷାରେ ଯିବେ । ଗତବର୍ଷ ସେପ୍ଟେମ୍ୱର ୨୮ ତାରିଖରେ ମହିଳାଙ୍କ ପ୍ରବେଶ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା ।

')}

Leave a Reply