ଆମେରିକା ରାଷ୍ଟ୍ରପତି ନିର୍ବାଚନ: ୧୩୧ଟି ଆସନ ଜିତି ଆଗରେ ବିଡେନ

1 min read

ୱାସିଂଟନ: ଆମେରିକାର ନୂଆ କିଙ୍ଗ୍ କିଏ ? ହ୍ୱାଇଟ୍ ହାଉସ୍ ରେସରେ କିଏ ହେବେ ବିଜେତା ? ଦ୍ୱିତୀୟ ଥର ଚାଲିବ ଟ୍ରମ୍ପ କାର୍ଡ ନା ହ୍ୱାଇଟ୍ ହାଉସରେ ପାଦ ଥାପିବେ ଜୋ ବିଡେନ୍ । ଇଲେକ୍ଟୋରାଲ ଭୋଟ୍‌ରେ ଜୋ ବିଡେନ୍ ଆଗୁଆ ଚାଲିଛନ୍ତି । ଇଲେକ୍ଟୋରାଲ୍ ଭୋଟ୍‌ରେ ବିଡେନ୍‌ଙ୍କୁ ୧୩୧ଟି ଓ ଟ୍ରମ୍ପଙ୍କୁ ୯୮ଟି ଆସନ ମିଳିଛି । ମୋଟ୍ ୫୩୮ଟି ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ୨୭୦ ରହିଛି ।

ଇଣ୍ଡିଆନା ଓ କେଣ୍ଟୁକି ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କ ଖାତାକୁ ଯାଉଥିବା ଦେଖିବାକୁ ମିଳିଛି । ଫ୍ଲୋରିଡା, ଜର୍ଜିଆ ଓ ଉତ୍ତର କ୍ୟାରୋଲିନାରେ କାଣ୍ଟେ କି ଟକ୍କର ଚାଲିଛି । ଲୁଇସିଆନ, ନର୍ଥ ଡାକୋଟା, ସାଉଥ୍ ଡାକୋଟା, ବ୍ୟୋମନିଂରେ ବିଜୟୀ ହୋଇଛନ୍ତି ଡୋନାଲ୍‌ଡ ଟ୍ରମ୍ପ । ସେହିପରି ନ୍ୟୁ ମେକ୍‌ସିକୋ, ନ୍ୟୁୟର୍କ, ନ୍ୟୁଜର୍ସିରେ ବାଜିମାତ୍ କରିଛନ୍ତି ବିଡେନ୍ ।

କରୋନା ସହ ଯୁଝୁଥିବା ଆମେରିକା ପାଇଁ ଟ୍ରମ୍ପଙ୍କ ରାସ୍ତା ଏତେ ସହଜ ନୁହେଁ । ସେହିପରି ଟ୍ରମ୍ପଙ୍କୁ ହରାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ବିଡେନ୍ । ମେଲ ଇନ ଭୋଟ ଓ ବାଲଟ ମାଧ୍ୟମରେ ଆମେରିକାରେ ଏଥର ମତଦାନ ହୋଇଛି । ଗତକାଲି ଅପରାହ୍ନରୁ ଆମେରିକାରେ ହୋଇଥିଲା ମତଦାନ। ମେଲ-ଇନ୍‌ ବାଲଟ ମାଧ୍ୟମରେ ଆଗୁଆ ମତଦାନ କରିଥିଲେ ୧୦ କୋଟି ଭୋଟର । ସୁଇଙ୍ଗ ଷ୍ଟେଟରେ ଯିଏ ଜିତିବ ସିଏ ବାଜିମାତ୍ କରିବ । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ ବୋଲି ଆକଳନ କରାଯାଉଛି ।

Leave a Reply