ଭାରତରେ ଉତ୍ପାଦିତ ହେବ ଋଷ୍ କରୋନା ଟିକା ସ୍ଫୁଟ୍‌ନିକ୍-ଭି

1 min read

ନୂଆଦିଲ୍ଲୀ: ଋଷ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ଫୁଟ୍‌ନିକ୍-ଭି ଏବେ ଭାରତରେ ଉତ୍ପାଦିତ ହେବ ।

ଋଷିଆର ସୋଭେରିନ୍ ହେଲ୍‌ଥ ଫଣ୍ଡର ସୂଚନା ଅନୁଯାୟୀ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ସହ ମିଶି ଭାରତୀୟ ଫାର୍ମା କମ୍ପାନୀ ହେଟେରୋ ’ସ୍ଫୁଟନିକ୍‌- ଭି’ କୋଭିଡ ଟିକା ପ୍ରସ୍ତୁତ କରିବାକୁ ସହମତି ପ୍ରକାଶ କରିଛି । ହେଟେରୋ ଭାରତରେ ୧୦ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ପ୍ରସ୍ତୁତ କରିବ ।

Russia Ship 50 Million Coronavirus Vaccine Sputnik V Doses Brazil

ହାଇଦ୍ରାବାଦ୍‌ ସ୍ଥିତ ଫାର୍ମା କମ୍ପାନୀ ହେଟେରୋ ଆସନ୍ତା ୨୦୨୧ ବର୍ଷ ପ୍ରଥମ ୩ ମାସ ମଧ୍ୟରେ ସ୍ଫୁଟନିକ୍‌-ଭି ଟିକା ପ୍ରସ୍ତୁତ କରିବ। ଏହାବ୍ୟତୀତ ହାଇଦ୍ରାବାଦ ସ୍ଥିତ ଆଉ ଏକ ଫାର୍ମା କମ୍ପାନୀ ଡା. ରେଡ୍ଡୀସ୍ ଲାବୋରେଟୋରୀ ଏହି କରୋନା ଟିକାର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ସହ ଭାରତରେ ୧୦କୋଟି ଟିକା ବିତରଣର ଦାୟିତ୍ୱ ନେଇଛି ।

ଏହି ଟିକାର ମୂଲ୍ୟ ୧୦ ଡଲାର ଅର୍ଥାତ୍ ପାଖାପାଖି ୭୫୦ ଟଙ୍କା ରହିବ। ଯାହାର ସଂରକ୍ଷଣ ପାଇଁ ଅତ୍ୟଧିକ ଶୀତଳୀକରଣ ଭଣ୍ଡାରର ଆବଶ୍ୟକତା ନାହିଁ ବୋଲି ସୂଚନା ମିଳିଛି ।

ତେବେ ଏହି ଟିକା କରୋନାକୁ ମାତ୍ ଦେବାକୁ ୯୫ ପ୍ରତିଶତ ସକ୍ଷମ ବୋଲି ପୂର୍ବରୁ ଋଷ୍‌ ପକ୍ଷରୁ ଦାବି କରାଯାଇଛି ।

Leave a Reply