ଋଷରେ ସରିଲା ଟ୍ରାଏଲ, ଅଗଷ୍ଟ ୧୦ରେ ଆସିବ ଭ୍ୟାକ୍ସିନ୍ !

1 min read
corona russian vaccine

ମସ୍କୋ: ଅଗଷ୍ଟ ୧୦ରୁ ୧୨ ତାରିଖ ଭିତରେ କରୋନା ଭ୍ୟାକ୍ସିନ୍ ଲଞ୍ଚ୍ କରିବାକୁ ଋଷ ଦାବି କରିଛି । ମସ୍କୋ ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି କରୋନାକୁ ମାତ୍ ଦେଉଥିବା ବିଶ୍ୱର ପ୍ରଥମ ଭ୍ୟାକ୍ସିନ୍ । ନ୍ୟୁଜ୍ ଏଜେନ୍ସୀ ବ୍ଲୁମବର୍ଗ ଅନୁସାରେ ଭ୍ୟାକ୍ସିନର ଲଞ୍ଚ୍ ପାଇଁ ସବୁ ପ୍ରସ୍ତୁତି ସରିଛି । ରିପୋର୍ଟ ଅନୁସାରେ ପ୍ରଥମେ ଏହାକୁ ପଂଜିକୃତ କରାଯିବ ଓ ତା’ପରେ ୩ରୁ ୭ ଦିନ ଭିତରେ ବଜାରରେ ଭ୍ୟାକ୍ସିନ ଉପଲବ୍ଧ ହେବ ।  ଋଷ ପୂର୍ବରୁ କହିଥିଲା ଯେ, ଅଗଷ୍ଟ ୧୫ କିମ୍ବା ୧୬ରେ ଭ୍ୟାକ୍ସିନ୍ ଲଂଚ୍ ହେବ । ତେବେ ଏବେ ଭ୍ୟାକ୍ସିନକୁ ଆଗୁଆ ଲଂଚ୍ କରାଯାଉଛି ।

ଋଷର ଦାବି ପରୀକ୍ଷା ସଫଳ

ସ୍ପୁଟିନିକ୍ ନ୍ୟୁଜ୍ ଏଜେନ୍ସୀ ଋଷ ପ୍ରତିରକ୍ଷା ବିଭାଗ ସୂତ୍ର ଉଧାର କରି କହିଥିଲା ଯେ, ଟିକା ପରୀକ୍ଷଣ ସଫଳ ରହିଛି । ଫଳଫଳା ସକରାତ୍ମକ ଥିଲା ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଥିଲା । ପରୀକ୍ଷଣରେ ଭାଗ ନେଇଥିବା ବ୍ୟକ୍ତିଙ୍କ ଇମ୍ୟୁନିଟି ସିଷ୍ଟମ ଭଲ ରେସପନ୍ସ କରୁଛି ବୋଲି ମସ୍କୋ କହିଥିଲା । ଟ୍ରାଏଲରୁ କୌଣସି ସାଇଡ୍ ଏଫେକ୍ଟ ଜଣା ପଡିନାହିଁ  । ଗାମାଲେୟା ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ କହିବା ହେଉଛି ଏହି ଭ୍ୟାକ୍ସିନକୁ ଅଗଷ୍ଟ ୧୦ ସୁଧା ଅନୁମତି ମିଳିଯିବ । ତେବେ ଭ୍ୟାକ୍ସିନ୍ ସର୍ବପ୍ରଥମେ ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧାଙ୍କୁ ଦିଆଯିବ ।

corona

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଋଷର ଏହି ଟିକାକୁ ନେଇ ଚିନ୍ତା ଜାହିର କରିଛି । WHO କହିଛି ଯେ,ଋଷ ଟିକା ପାଇଁ ଆବଶ୍ୟକ ଗାଇଡ୍ ଲାଇନ୍ ପାଳନ କରିନାହିଁ ।  ଏମିତିରେ ଭ୍ୟାକ୍ସିନର ସଫଳତା ଉପରେ ଭରସା କରିବା ମୁସ୍କିଲ । WHO ମୁଖପାତ୍ର ଖ୍ରିଷ୍ଟିଆ୍ ଲିଣ୍ଡାମିୟର କହିଛନ୍ତି  ଯେ, ଯଦି ଭ୍ୟାକ୍ସିନକୁ ତୃତୀୟ ଚରଣ ପରୀକ୍ଷା ନକରି ଲୋକଙ୍କ ପାଇଁ ବଜାରକୁ ଛଡା ଯାଉଛି ତେବେ ଏହା ବିପଜ୍ଜନକ ।

୧୬୫ ଭ୍ୟାକ୍ସିନ ଉପରେ ଚାଲିଛି କାମ

ଏହା ମଧ୍ୟରେ WHO କହିଛି ଯେ, ବିଶ୍ୱରେ ୬ ଭ୍ୟାକ୍ସିନର କାମ ତୃତୀୟ ପର୍ଯ୍ୟାୟରେ ପହଂଚିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଛି ଯେ, ଏହି ସବୁ ଭ୍ୟାକ୍ସିନ୍ ସଫଳ ହେବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ବିଶ୍ୱରେ ଏବେ ମୋଟ ୧୬୫ ଭ୍ୟାକ୍ସିନ ଉପରେ କାମ ଚାଲିଛି ।  ୨୬ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଚାଲିଛି ।

Leave a Reply