କରୋନା ଭାଇରସ ଭ୍ୟାକ୍ସିନ ୱେବସାଇଟ୍ ଲଂଚ୍

1 min read

ନୂଆଦିଲ୍ଲୀ: ଲମ୍ବା ପ୍ରତିକ୍ଷା ପରେ କରୋନା ଭାଇରସ ଭ୍ୟାକ୍ସିନ୍ ଲଂଚ୍ ହୋଇଛି । ଋଷ ଏହି ଭ୍ୟାକ୍ସିନ ଲଂଚ୍ କରିଛି ।  ଏହି ଭ୍ୟାକ୍ସିନକୁ ତିଆରି କରିବା ପାଇଁ ଋଷ ପ୍ରତ୍ୟକ୍ଷ ପୁଂଜି ନିବେଶ ଫଣ୍ଡ୍ ସାହାଯ୍ୟ କରୁଛି । ଏବେ Russian direct investment fund ଅର୍ଥାତ୍ RDIF କରୋନା ଭ୍ୟାକ୍ସିନର ୱେବସାଇଟ୍ ଲଂଚ୍ କରିଛି । ଋଷ ଏହି ଭ୍ୟାକ୍ସିନର ନାମ ସ୍ପୁଟନିକ୍ ଭି ରଖିଛି । ଆରଡିଆଇଏଫ୍ ଯେଉଁ ୱେବସାଇଟ୍ ଲଂଚ୍ କରିଛି ତାହାର ନାମ ହେଉଛି sputnikvaccine.com । ଭାରତରେ ଋଷ ଦୂତାବାସ ଏସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ।

ୱେବସାଇଟରେ କଣ ରହିଛି ?

sputnikv website

 

 

ଏହି ୱେବସାଇଟରେ କରୋନା ଭାଇରସ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭି ବାବଦରେ ସବୁ ତଥ୍ୟ ରହିଛି । ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ କାହା ସହ ପାର୍ଟନରସିପ୍ କରାଯାଇଛି ସେ ବାବଦରେ ମଧ୍ୟ ଏଥିରେ ତଥ୍ୟ ରହିଛି । ଏଥିରେ ଯୋଗାଯୋଗ ବାବଦରେ ମଧ୍ୟ ତଥ୍ୟ ରହିଛି । ଏହାସହ ପ୍ରଶ୍ନୋତ୍ତର (FAQ)କୁ ନେଇ ଗୋଟିଏ କଲମ ମଧ୍ୟ ରହିଛି ।

୨୦ ବର୍ଷ ପରେ ତିଆରି ହୋଇଛି ଭ୍ୟାକ୍ସିନ୍

 sputnikv website

ଋଷର ଭ୍ୟାକ୍ସିନକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ବିଦେଶୀ ଫାର୍ମା କଂପାନୀ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ସେମାନଙ୍କ କହିବା ହେଉଛି ଋଷ ତଥ୍ୟ ଲୁଚାଉଛି । ଏହା ସହ ଖୁବ କମ ସମୟ ମଧ୍ୟରେ ଏହାର ମାନବ ପରୀକ୍ଷଣ ସରିଛି । ତେବେ ଋଷ ଗବେଷକଙ୍କ କହିବା ହେଉଛି ଏହି ଭ୍ୟାକ୍ସିନକୁ ତିଆରି କରିବାକୁ ସେମାନଙ୍କୁ ୨୦ ବର୍ଷ ଲାଗିଛି । ସେମାନଙ୍କ କହିବା ହେଉଛି ୨୦ ୦୦ ମସିହାରେ କରୋନା ଫ୍ୟାମିଲିର ପ୍ରଥମ ଭାଇରସ ଆସିବା ପରଠାରୁ ଭ୍ୟାକ୍ସିନକୁ ନେଇ କାମ ଚାଲିଥିଲା । ଏହାସହ ଋଷ ଗବେଷକଙ୍କ କହିବା ହେଉଛି ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ୍ ଅଛି ତାହା ନିଜକୁ ରେପ୍ଲିକେଟ୍ (କପି) କରିନଥାଏ । ଗବେଷଣାରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଏହି ଟିକା ଦେଇଛନ୍ତି ।

ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ

ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛିଙ୍କୁ ହାଲୁକା ଜ୍ୱର ହୋଇଥାଏ । ପାରାସିଟାମଲ ଖାଇବା ଦ୍ୱାରା ଜ୍ୱର ଭଲ ହୋଇଯାଏ ବୋଲି ଗବେଷକ କହୁଛନ୍ତି ।

ସ୍ପୁଟନିକ୍ ନାମ କାହିଁକି ?

sputnik

ଋଷ ତା’ର କରୋନା ଭ୍ୟାକ୍ସିନ୍ ନାମ ସ୍ପୁଟନିକ୍ ଭି ରଖିଛି । ଏହାର କାରଣ କ’ଣ ? ଏହାର ସମ୍ପର୍କ ଶିତଳଯୁଦ୍ଧ ସହ ରହିଛି । ଶିତଳ ଯୁଦ୍ଧ କାଳରେ ଆମେରିକା ଓ ଋଷ ମଧ୍ୟରେ ମହାକାଶକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । କିଏ ମହାକାଶକୁ ପ୍ରଥମ କୃତ୍ରିମ ଉପଗ୍ରହ ପଠାଇବ,ତାକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ତେବେ ଋଷ ଆମେରିକାକୁ ଚମକାଇ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହକୁ ପଠାଇଥିଲା । ଅକ୍ଟୋବର ୪ ତାରିଖ ୧୯୫୭ରେ ସ୍ପୁଟନିକ୍ ଲଂଚ୍ କରି ଆମେରିକାକୁ ମାତ୍ ଦେଇଥିଲା ଋଷ ।  ଏବେ ଋଷ ପ୍ରଥମ କରୋନା ଭ୍ୟାକ୍ସିନ୍ ଲଂଚ୍ କରି ପୁଣି ଆମେରିକାକୁ ମାତ୍ ଦେଇଛି ବୋଲି ଅତିକମରେ ପୁଟିନ୍ ଭାବୁଛନ୍ତି । ସ୍ପୁଟିନିକ୍ ଭି(sputnikv)ରେ ଭି ଭ୍ୟାକ୍ସିନକୁ ବୁଝାଏ ।

Leave a Reply