ଡଙ୍ଗା ଭସାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: କରୋନା ପାଇଁ ସବୁପ୍ରକାର କାର୍ଯ୍ୟକଳାପ ଉପରେ ଲାଗିଛି କଟକଣା । ଏବେ ପୁଣି ପରମ୍ପରା ପାଳନରେ ବ୍ରେକ ଲଗାଇଛି ମହାମାରୀ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଲଗିଛି । ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ନୟନ୍ତ୍ରଣରେ ରହିଛି ତଥାପି କରୋନାକୁ ସାଧାରଣ ଭାବିବା ସମ୍ପୂର୍ଣ୍ଣ ମୂର୍ଖାମୀ ।

କରୋନା ସଂକଟ ଟଳି ନଥିବାରୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନଦୀଘାଟ ଓ ଅନ୍ୟାନ୍ୟ ଜଳାଶୟରେ ଏକତ୍ରିତ ହେବାକୁ ବାରଣ କରାଯାଇଛି । ସେହିପରି କଟକ, ପାରାଦୀପ ଓ ଭୁବନେଶ୍ୱର ବାଲିଯାତ୍ରା ବନ୍ଦ ରହିବ । ଏତିସହ ବଡ଼ ଓଷାରେ ଜନସମାଗମକୁ ମଧ୍ୟ ବାରଣ କରିଛନ୍ତି ଏସଆରସି ।

Leave a Reply