ବାଲେଶ୍ୱର ଆରଟିଓ ଅଫିସ ଓ ପରିବାର ସେବା କ୍ଲିନିକ ସିଲ୍…

1 min read
RTO & parivar seva clinic in balasore sealed

ବାଲେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ବାଲେଶ୍ୱରରେ ଆରଟିଓ ଅଫିସ ସିଲ୍ କରାଯାଇଛି ବାଲେଶ୍ୱର ଆରଟିଓ ଅଫିସରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଅଫିସ୍ ର ଅନ୍ୟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୧୪ଦିନ ପାଇଁ ପରିବାର ସେବା କ୍ଲିନିକ ମଧ୍ୟ ସିଲ୍ କରାଯାଇଛି । ସମ୍ପୃକ୍ତ କ୍ଲିନିକର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ।

ଚିହ୍ନଟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଆବଶ୍ୟକ ହେଲେ ସିଲ୍ ଅବଧି ବଢ଼ାଯାଇପାରେ ବୋଲି କୁହାଯାଇଛି । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରିବାର ସେବା କ୍ଲିନିକରେ କିଛି ନିୟମ ମାନୁନଥିବା ନେଇ ଅଭିଯୋଗ ହେଇଛି । କ୍ଲିନିକ୍ ରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପରି କୋଭିଡ ନିୟମ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।

https://www.youtube.com/watch?v=pwVXE2Z9jeY&feature=youtu.be

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ ୨.୦ ପର୍ଯ୍ୟାୟରେ ସପ୍ତାହକୁ ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରତି ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି । ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି ।

Leave a Reply