ଟ୍ରେନରେ ଯୁବତୀଙ୍କୁ ଅସଦାଚରଣ ! ବ୍ୟାଗ୍ ଯାଞ୍ଚ ପରେ ଚମକି ପଡ଼ିଲା ପୋଲିସ, ମିଳିଲା ଏତେ ଟଙ୍କା…

1 min read
RPF Detained Man From Mahananda Express, Seized 59 Lakhs Bihar Election

ପାଟଣା: ଚମକି ପଡ଼ିଲା ପୋଲିସ । ମହାନନ୍ଦା ଏକ୍ସପ୍ରେସରେ ଯୁବକ ଜଣଙ୍କ କଟିହାର ଯାଉଥିବା ବେଳେ ଅସଦାଚରଣ ଅଭିଯୋଗରେ ଧରା ପଡ଼ିଥିଲେ । ଯୁବତୀଙ୍କ ଅଭିଯୋଗ ପ୍ରକାରେ ଆରପିଏଫ ଯୁବକଜଣଙ୍କୁ ଧରିଥିଲା । ଯାଞ୍ଚ ପରେ ଯୁବକଙ୍କୁ ଯାହା ମିଳିଲା ତାକୁ ଦେଖି ତାଜୁବ୍ ହୋଇ ଯାଇଥିଲେ ଆରପିଏଫ ଅଧିକାରୀ । ଯୁବକଙ୍କ ବ୍ୟାଗରୁ ୫୯ ଲକ୍ଷ ଟଙ୍କା ନଗଦ ମିଳିଥିଲା । ପରେ ଆୟକର ବିଭାଗ ପହଞ୍ଚି ଟଙ୍କାକୁ ନେଇ ଖୋଳତାଡ଼ କରୁଛି । ତେବେ ଏତେ ପରିମାଣର ଟଙ୍କା ଯୁବକ ଜଣଙ୍କ କେଉଁଠୁ ଆଣିଥିଲେ, କେଉଁଠିକୁ ନେଉଥିଲେ ଜଣାପଡ଼ିନାହିଁ ।

RPF Detained Man From Mahananda Express, Seized 59 Lakhs Bihar Election

ଦିଲ୍ଲୀରୁ ଅଲିପୁର ଦ୍ୱାରା ଯାଉଥିବା ମହାନନ୍ଦା ଏକ୍ସପ୍ରେସରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ- ଟ୍ରେନ୍ ପାଟଣ ଜଙ୍କସନରେ ରହିବା ପରେ ଶୀତତାପ ନିୟନ୍ତ୍ରିତ କୋଚରେ ବସିଥିବା ଛାତ୍ରୀଙ୍କୁ ଜଣେ ଯୁବକ ହଇରାଣ ହରକତ କରିଥିଲେ । ଛାତ୍ରୀ ଜଣଙ୍କ କଲ୍ ସେଣ୍ଟରକୁ ଫୋନ୍ କରି ସୂଚନା ଦେଇଥିଲେ କି କୋଚରେ ଜଣେ ଯାତ୍ରୀ ତାଙ୍କୁ ହଇରାଣ କରିଥିଲେ ।

ଏହି ସୂଚନା ପରେ ଟ୍ରେନରେ ଥିବା ଆରପିଏଫ୍ ଯବାନ ଅଭିଯୁକ୍ତକୁ ହେପାଜତକୁ ନେଇଥିଲେ । ଅଭିଯୁକ୍ତ ରିତ୍ରଶ କୁମାରକୁ ବସ୍ଖିୟାପୁର ଷ୍ଟେସନରେ ଓହ୍ଲାଇ ଆରପିଏଫ୍ ବ୍ୟାଗ୍ ଯାଞ୍ଚ କରିଥିଲା । ଆଉ ସେଥିରୁ ମିଳିଥିଲା ୫୮ ଲକ୍ଷ ଟଙ୍କା । ଯାହାକୁ ଦେଖି ଆଚମ୍ବିତ ହୋଇଯାଇଥିଲେ ଆରପିଏଫ୍ ଯବାନ ।

RPF Detained Man From Mahananda Express, Seized 59 Lakhs Bihar Election

ପଚାରଉଚରା ବେଳେ ଅଭିଯୁକ୍ତ କହିଛି- ସେ ଆହ୍ଲାବାଦର ମହୁଆମ୍ବାରେ ରୁହେ । ସେ ଜଣେ ବ୍ୟବସାୟୀ । ସାମଗ୍ରୀ କିଣିବାକୁ କଟିହାର ଯାଉଥିଲା । ଆରପିଏଫ୍ ସୂଚନା ଅନୁସାରେ ଅଭିଯୁକ୍ତକୁ ପାଟଣା ଜିଆରପି ଜିମା ଦିଆଯାଇଛି । ମାମଲାରେ ଆୟକର ବିଭାଗ ଅଭିଯୁକ୍ତକୁ ପଚରାଉଚରା କରୁଛି । ତେବେ, ଏଯାଏଁ ଜଣାପଡ଼ିନାହିଁ ଅଭିଯୁକ୍ତ ଜଣଙ୍କ ଏତେ ଟଙ୍କା କେଉଁଠୁ, କାହାଠାରୁ ଆଣି କୁଆଡ଼େ, କେଉଁଥି ପାଇଁ ନେଉଥିଲେ । ପୋଲିସ ଏହି ଘଟଣାକୁ ବିହାର ବିଧାନସଭା ନିର୍ବାଚନ ସହ ଲିଙ୍କ୍ କରି ଖୋଳତାଡ଼ କରୁଛି ।

Leave a Reply