RCB ମାଇଁ କୋଭିଡ୍ ହିରୋ ଭିଡିଓରେ ଓଡ଼ିଆ ପୁଅ

1 min read
Royal Challengers Bangalore My Covid Hero Odia Youth Mountaineer Nilachal Parida

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ୟୁଏଇରେ ଖେଳା ଯାଉଛି ଫଟାଫଟ କ୍ରିକେଟ୍ ଆଇପିଏଲ୍ । ସଂକ୍ରମଣ ଭିତରେ ଦେଶଠୁ ଦୂରରେ ମ୍ୟାଚ୍ ଖେଳା ଯାଉଛି । କରୋନା ପାଇଁ ଅନେକଙ୍କ ଜୀବନର ଗତିରେ ଲାଗିଛି ବ୍ରେକ୍ । କିଏ ଜୀବିକା ହରାଇଛି ତ ଆଉ କିଏ ଲକ୍ଷ୍ୟ ସ୍ଥଳରୁ ନଜର ହଟାଇ ଦେଇଛି । କିନ୍ତୁ, ହାରିନାହାଁନ୍ତି ପ୍ରକୃତ ଯୋଦ୍ଧା । ସୁଦୂର ଦୁବାଇରେ ଆଇପିଏଲ୍ ଖେଳା ଯାଉଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଖେଳାଳି କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢ଼ାଉଛନ୍ତି ।

https://www.instagram.com/tv/CFgmEf7FhP2/?igshid=1886pi4rj13mt

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ନଜର ଆସିଛନ୍ତି ଜଣେ ଓଡ଼ିଆ ଯୁବକ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଥିବା ଯୁବକ ଜଣଙ୍କ ହେଉଛନ୍ତି ଓଡ଼ିଆ ପୁଅ ନୀଳାଚଳ ପରିଡ଼ା । ୨୫ ବର୍ଷୀୟ ନୀଳାଚଳ ପରିଡ଼ାଙ୍କ ଘର ଭୁବନେଶ୍ୱରରେ । ପ୍ରଶିକ୍ଷିତ ପର୍ବତାରୋହୀ ନୀଳାଚଳ ବରମୁଣ୍ଡାରେ ପରିବାର ସହ ରୁହନ୍ତି ।

Royal Challengers Bangalore My Covid Hero Odia Youth Mountaineer Nilachal Parida

ଦେଶ ପାଇଁ ସେ କିଛି କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଚଳିତ ଅଗଷ୍ଟ ୧୫ ତାରିଖରେ ଋଷର ଉଚ୍ଚତମ ପର୍ବତ ମାଉଣ୍ଟ ଏଲବ୍ରସ ଚଢ଼ିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ, କରୋନା ସବୁକିଛି ବିଗାଡ଼ି ଦେଇଥିଲା । ମହାମାରୀ ପାଇଁ ପର୍ବତାରୋହଣ ଟିକେଟ୍ ବାତିଲ୍ ହୋଇ ଯାଇଥିଲା । ଲକଡାଉନ୍ ପୂର୍ବରୁ ଟ୍ୟାକ୍ସି ଚଳାଇ ଘରର ଗୁଜୁରାଣ ମେଣ୍ଟାଉଥିବା ନୀଳାଚଳ ଏଥିରେ ଭାଙ୍ଗି ପଡ଼ିନଥିଲେ । ଲକଡାଉନ ଯୋଗୁଁ ରୋଜଗାର ବନ୍ଦ ହୋଇ ଯାଇଥିଲା । ବୟସ୍କ ଲୋକ ଲକଡାଉନରେ ବଜାରକୁ ପରିବା ପାଇଁ ଯାଇ ପାରୁନଥିଲେ । ଏହାକୁ ନୀଳାଚଳ ଦେଶ ସେବା ଭାବି ଆରମ୍ଭ କରିଥିଲେ ପରିବା ଦୋକାନ ।

RCB Player Chris Morris Wears Jersey Writing Odia Youth Nilachal Parida Name

୨ରୁ ୩ ମାସର ଜମା ପୁଞ୍ଜି ଖଟାଇ ସେ ଆରମ୍ଭ କରିଥିଲେ ଛୋଟିଆ ପରିବା ଦୋକାନ । କମ୍ ଦାମରେ ତଟକା ପନିପରିବା ବିକ୍ରି ଆରମ୍ଭ କରିଥିଲେ । ଏଥିସହ ଅସୁସ୍ଥ ଓ ବୟସ୍କଙ୍କୁ ଘରେ ମାଗଣା ହୋମ ଡେଲିଭରି ଦେବା ଆରମ୍ଭ କରି ଦେଇଥିଲେ । ମଣ୍ଡିରୁ ପରିବା କିଣି ବିକ୍ରି କରିବା ବେଳେ ସେ କ୍ଷତିର ସମ୍ମୁଖୀନ ମଧ୍ୟ ହୋଇଥିଲେ । ତେବେ ସେଥିରେ ସେ ଭାଙ୍ଗି ପଡ଼ିନାହାଁନ୍ତି । ଆଗକୁ ଜୀବନରେ ଆହୁରି ବଡ଼ ବଡ଼ ଚ୍ୟାଲେଞ୍ଜ ଆସିବ ଏଥିରେ ଭାଙ୍ଗି ପଡ଼ିଲେ କେମିତି ହେବ ବୋଲି ସେ କହିଛନ୍ତି । ଆରସିବି ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓରେ ଦଳର ଅଧିକାଂଶ ଥିବାବେଳେ ଟିମ୍ କ୍ୟାପେଟନ୍ ବିରାଟ କୋହଲି ମଧ୍ୟ ନୀଳାଚଳଙ୍କୁ ପ୍ରଂଶସା କରିଛନ୍ତି ।

Royal Challengers Bangalore My Covid Hero Odia Youth Mountaineer Nilachal Parida

ଏହା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଖେଳାଳି ଚ୍ରିସ୍ ମୋରିସ୍ ତାଙ୍କ ଜର୍ସିରେ ନୀଳାଚଳ ପରିଡ଼ାଙ୍କ ନାଁ ଲେଖିବା ସହ ଟ୍ୱିଟର ଆକାଉଣ୍ଟରେ ନୀଳାଚଳଙ୍କ ନାଁ ରଖିଥିଲେ ।

ମୋରିସଙ୍କ ଜର୍ସିରେ ଓଡ଼ିଆ ଯୁବକ ନୀଳାଚଳଙ୍କ ନାଁ, ଜାଣନ୍ତୁ କାହିଁକି ଲେଖିଲେ ?

Leave a Reply