ଆଇଜିଏଚରେ ପଜିଟିଭ୍, ଆରଏମଆରସିରେ ନେଗେଟିଭ୍

1 min read

ଭୁବବନେଶ୍ୱର: ବଢ଼ୁଛି କୋଭିଡ ରିପୋର୍ଟ ଦ୍ୱନ୍ଦ୍ୱ । ରାଉରକେଲା ଆଇଜିଏଚରେ ପଜିଟିଭ୍ , ଭୁବନେଶ୍ୱର ଆରଏମଆରସିରେ ନେଗେଟିଭ୍ ।  ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ ରିପୋର୍ଟ ଏବେ ନେଗେଟିଭ ଆସିଛି । ପୂର୍ବରୁ ଆଇଜିଏଚରେ ଡାକ୍ତର ସୁଲେମାନଙ୍କ ହୋଇଥିବା କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

କିନ୍ତୁ RMRCରେ ହୋଇଥିବା ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ୭୧ବର୍ଷୀୟ ଏହି ଅବସରପ୍ରାପ୍ତ ଡାକ୍ତରଙ୍କ ନମୁନାର RT-PCRଟେଷ୍ଟ କରାଯାଇଥିଲା । କୋଭିସିଲ୍ଡର ୨ଡୋଜ୍ ନେବାପରେ ଟେଷ୍ଟ କରାଇଥିଲେ ଡାକ୍ତର । ଏହାପରେ ମଧ୍ୟ ତାଙ୍କ ରିପୋର୍ଟରେ କୌଣସି ପରିବବର୍ତ୍ତନ ଆସି ନିଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କରୋନା ଡୋଜ୍ ନେବା ପରେ ପଜିଟିଭ ଆସିବାରୁ ଚିନ୍ତା ବଢ଼ିଥିଲା ।

ତେବେ ଭୁବନେଶ୍ୱର ଆରଏମଆରସିରେ ପୁଣି ଆରଟିପିସିଆର ଟେଷ୍ଟ ବେଳେ ରିପୋର୍ଟ ନେଗେଟିଭ ଆସିଛି । ତେଣୁ IGHରେ ଯେଉଁ ନମୁନା ପରୀକ୍ଷା ହୋଇଥିଲା, ତାହା ପୁଣି ପରୀକ୍ଷା ହେବ । RMRCରେ ତାହା ପୁଣିଥରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛ । ଡାକ୍ତରଙ୍କ ଆଣ୍ଟିବଡି ବହୁ ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ଅଛି ।

Leave a Reply