ଦିନିକିଆରେ ୯ ହଜାର ରନ୍ କ୍ଲବରେ ରୋହିତ, ବିରାଟଙ୍କ ପରେ ଦ୍ୱିତୀୟ ଦ୍ରୁତ ଭାରତୀୟ

ବେଙ୍ଗଳୁରୁ: ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନାଁରେ ଆଉ ଏକ ରେକର୍ଡ । ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ରୋହିତ ନୂଆ ରେକର୍ଡ ହାସଲ କରିଛନ୍ତି । ଦିନିକିଆରେ ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆରେ ସବୁଠୁ କମ୍ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି ରୋହିତ ଶର୍ମା ।୨୧୭ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୯ ହଜାର ରନ୍ କ୍ରସ୍ କରିଛନ୍ତି । ଏଥିସହ ସେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ବ୍ରାୟନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି । ଗାଙ୍ଗୁଲି ୨୨୮, ସଚିନ ୨୩୫ ଓ ଲାରା ୨୩୯ଟି ଏକଦିବସୀୟ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଥିଲେ ।ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏହି ସଫଳତା ମିଳିଛି । ବିରାଟ ୧୯୪ଟି ଏକଦିବସୀୟ ମ୍ୟାଚ୍ ଖେଳି ୯ ହଜାର ରନ୍ କ୍ଲବରେ ସାମିଲ ହେବାସହ ଶୀର୍ଷରେ ଅଛନ୍ତି । ଦ୍ୱିତୀୟରେ ଥିବା ଡି ବିଲିୟର୍ସ ୨୦୫ଟି ମ୍ୟାଚ୍ ଖେଳ ଏହି ରେକର୍ଡ ହାସଲ କରିଥିଲେ ।

ବାରବାଟୀରେ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଓପନର ରୋହିତ ଶର୍ମା

Leave a Reply