ବିକାଶ ଦୁବେର ଏନକାଉଣ୍ଟର ଖବର ପରେ ସୋସିଆଲ ମିଡିଆରେ ଛାଇଗଲେ ରୋହିତ ସେଟ୍ଟୀ, ଜାଣନ୍ତୁ କାହିଁକି !

2 min read
Rohit setty is trending on social media after bikash dubey encounter.

ମୁମ୍ବାଇ:  କାନପୁରର ବିକରୁ ଗାଁରେ ସିଓ ସହିତ ଆଠ ପୋଲିସଙ୍କ ହତ୍ୟା କରିଥିବା ବିକାଶ ଦୁବେ ଯାହାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ତାଙ୍କର ଏନକାଉଣ୍ଟରେ ମୃତ୍ୟୁ ହୋଇଛି । ଉଜୈନରୁ କାନପୁର ନେବା ସମୟରେ ଏକ ଦୁର୍ଘଟଣା ହେଲା ଏବଂ ଏହାପରେ ଏସଟିଏଫ୍ ର ଗାଡ଼ି ଓଲଟି ଗଲା, ଯେଉଁଥିରେ ବିକାଶ ଦିବେ ବସିଥିଲା । ସୂଚନା ଅନୁଯାୟୀ, ବିକାଶ ଦୁବେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେଏବଂ ପୋଲିସ ତାଙ୍କର ଏନକାଉଣ୍ଟର କରିଥିଲା । ଫିଲ୍ମ ଡ୍ରାମା ଭଳି ହୋଇଥିବା ଏହି ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଡାଇରେକ୍ଟର ରୋହିତ ସେଟ୍ଟୀ ଖୁବ ଚର୍ଚ୍ଚାରେ ଅଛନ୍ତି ।

ରୋହିତ ସେଟ୍ଟୀଙ୍କ ଚଳଚିତ୍ରରେ ସାଧାରଣତଃ ପୋଲିସ ଏବଂ ଚୋର ମଧ୍ୟରେ ଲଢ଼େଇକୁ ଦର୍ଶାଯାଇଥାଏ । ଯେଉଁଥିରେ ଏନକାଉଣ୍ଟରର ମଧ୍ୟ ଦୃଶ୍ୟ ରହିଥାଏ । ଏହି କାରଣରୁ ଲୋକମାନେ ବିକାଶ ଦୁବେର ଏନକାଉଣ୍ଟରକୁ ରୋହିତ ସେଟ୍ଟୀଙ୍କ ଚଳଚିତ୍ରର ଆକ୍ସନ ସିନ ଭଳି ବୋଲି କହି ତାଙ୍କୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଯାଇଛି ।

ଜଣେ ୟୁଜର୍ୟ ଲେଖିଛନ୍ତି ଯେ, ଏନକାଉଣ୍ଟର ଷ୍ଟୋରୀ ଚଳଚିତ୍ର ସିନ ଭଳି ହୋଇଛି । ପୋଲିସକୁ ଫିଲ୍ମ ପାଇଁ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିବା କଥା । ରୋହିତ ସେଟ୍ଟୀ ସେହି ଲୋକେସନକୁ ଯିବାର ଥିଲା । #VikasDubeyEncounter

ଟ୍ୱିଟରରେ ୟୁଜର୍ସ ରୋହିତ ସେଟ୍ଟୀର ଫିଲ୍ମକୁ ନେଇ ପୋଲିସ ସହିତ ତାଙ୍କ ଫଟୋ ସେୟାର କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏବେ ରୋହିତ ସେଟ୍ଟୀ କହୁଥିବେ ଯେ, ‘ଏହା ତୋ ମୋ ସ୍କ୍ରିପ୍ଟ ଭଳି ଲାଗୁଛି । ‘ ଅନ୍ୟ ପଟେ ଆଉ ଜଣେ ଲେଖିଛନ୍ତି ଯେ, ଯେଉଁ ଭଳି ଭାବରେ କାର ଓଲଟିଛି, ମୁଁ ଭାବୁଛି ରୋହିତ ସେଟ୍ଟୀଙ୍କୁ ଏହି ସ୍କିପ୍ଟ ପାଇଁ ଡକାଯାଇଥିଲା ।

https://twitter.com/GabbbarSingh/status/1281424562383540224

https://twitter.com/TheHindiPoetry/status/1281445248561041408

https://twitter.com/din0092/status/1281446520731074560

Leave a Reply