ଭୁବନେଶ୍ୱର ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ: ଲୁଟେରାଠାରୁ ଜବତ ହେଲା ଏହି ସବୁ ଜିନିଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ମାତୁଛନ୍ତି ଲୁଟେରା । କେତେବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତ ଆଉ କେତେବେଳେ କିଏ ମାରପିଟ୍ କରି ଲୁଟ୍ କରୁଛନ୍ତି । ନିକଟରେ ଭୁବନେଶ୍ୱର ସ୍ଥିତ ବରିମୁଣ୍ଡ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ତେବେ ଆଜି ଏହି ଘଟଣାର ପର୍ଦ୍ଦାଫାସ  ହୋଇଛି । ଶେଷରେ ଲୁଟେରାକୁ ଧରିଛି କମିଶନରେଟ୍ ପୋଲିସ । ଲୁଟେରା ସୌମ୍ୟରଂଜନ ଜେନାଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତଠାରୁ ବନ୍ଧୁକ ସହ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସୌମ୍ୟରଞ୍ଜନର ଘର ବରିମୁଣ୍ଡ ଟାଙ୍ଗୀବନ୍ତରେ ବୋଲି ଜଣାପଡ଼ିଛି । ଗତ ୨୯ ତାରିଖରେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସେପ୍ଟେମ୍ବର ମାସ ୭ ତାରିଖରେ ନନ୍ଦନବିହାର ଆଇଓବି ବ୍ୟାଙ୍କ ଶାଖାରୁ ଲୁଟ ଘଟଣାରେ ସଂପୃକ୍ତି ନେଇ ପୋଲିସ ଖୋଳତାଡ଼ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ସ୍ପେଶାଲ ସ୍କ୍ୱାଡ ତଦନ୍ତ କରୁଛି । ଦୁଇଟି ବ୍ୟାଙ୍କରୁ ଲୁଟ୍‌ରେ ଜଣେ ହିଁ ଅପରେସନ୍ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।

Leave a Reply