ରାସ୍ତାରେ ଘୋଷାଡ଼ିଲେ, ନିର୍ଦ୍ଧୁମ ପିଟିଲେ…

1 min read

ଜୟପୁର: ରୋଡ ରୋମିଓକୁ ସେକିଲେ ଯୁବତୀ । ବିଚ ରାସ୍ତାରେ ଗାଡ଼ି ଅଟକାଇଲେ, ଚୁଟି ଘୋଷାଡ଼ି ବିଧା ଉପରେ ବିଧା ଥୋଇଲେ । ଏପରି ଏକ ସାହସ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ ।

ସୂଚନା ଅନୁଯାୟୀ, ସହରର ଜୟନଗର ପାର୍କ ନିକଟକୁ କିଛି ଯୁବତୀ ପ୍ରତିଦିନ ଟ୍ୟୁସନ ଯାଆନ୍ତି । ମଙ୍ଗଳବାର ଯୁବତୀମାନେ ଟ୍ୟୁସନରୁ ଫେରିବା ବାଟରେ ଜଣେ ଅଜଣା ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ । କମେଣ୍ଟ ଶୁଣି ଜଣେ ଯୁବତୀ ସାହାସ ଦେଖାଇ ଯୁବକ ଜଣକୁ ମାଡ଼ ମାରିବାକୁ ଲାଗିଥିଲେ ।

https://www.facebook.com/nandighoshatv/videos/571040263466958/

ଏ ସମସ୍ତ ଦୃଶ୍ୟକୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ତାଙ୍କ ଫୋନରେ କଏଦ କରିଛନ୍ତି । ଏହି ଭିଜୁଆଲ ଗତକାଲି ଠାରୁ ମୋବାଇଲଠୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସେହି ଘଟଣା ସ୍ଥଳରେ କିଛି ପୁରୁଷ ଲୋକ ଛିଡ଼ା ହୋଇ ତମାଶା ଦେଖିଥିଲେ ।  କେହିବି ସେ ଯୁବକ ଜଣଙ୍କୁ ଧରିବା ପାଇଁ ଆଗକୁ ଆସିନଥିଲେ ।

ଅନ୍ୟପଟେ ଏହି ଯୁବତୀ ଜଣକ ସହରରେ ପ୍ରସଂଶାର ପାତ୍ର ପାଲଟିଛନ୍ତି । ଏଯାଏଁ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

Leave a Reply