୨ଟି ଦୁର୍ଘଟଣାରେ ୪ ବାଇକ୍ ଆରୋହୀ ମୃତ, ରାସ୍ତାରୋକ

Mini Tourist Bus Turned Over in Andhra-Odisha Border, Four Died

ରାଉରକେଲା/ବାଲିଗୁଡ଼ା: ୨ଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘଟିଥିବା ଅଲଗା ଅଲଗା ଦୁର୍ଘଟଣାରେ ୪ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଚାଡରି ହରିହରପୁର ନିକଟରେ ଦୁର୍ଘଟଣା ଘଟିଛି ।

Accident in Sundergarh And Baliguda 4 Dead

ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ତଦନ୍ତ କରୁଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କିରିକୁଟୀ ନିକଟ ଡଙ୍ଗେରୀ ଛକରେ ଦୁର୍ଘଟଣା ହୋଇଛି ।

Accident in Sundergarh And Baliguda 4 Dead

ଶନିବାର ରାତିରେ ବାଇକକୁ ସ୍କର୍ପିଓ ଧକ୍କା ଦେଇଥିଲା । ଏଥିରେ ବାଇକରେ ଥିବା ୨ ଜଣଙ୍କ ଘଟଣାସ୍ଥଳରୁ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ମୃତଦେହ ନନେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି । ଗତକାଲି ରାତିରୁ ସେଠାରେ ମୃତଦେହ ପଡ଼ି ରହିଥିଲା । ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଛି ।

Leave a Reply