ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! କାର୍‌ରେ ଥିବା ୪ ଜଣଙ୍କ ଚାଲିଗଲା ଜୀବନ

1 min read
Bhubaneswar

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ନାଲକୋ ଟ୍ରାଫିକ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ କାର୍‌ ଭିତରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା । ଗାଡ଼ିରେ ଜଣେ ମହିଳା ମଧ୍ୟ ଥିଲେ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବରରୁ ଏହା ଭୁବନେଶ୍ୱର ନିଳାଦ୍ରି ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ତେଣୁ ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଦୁର୍ଘଟଣାର ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୪ ଜଣ ଗୋଟିଏ ପରିବାରରର ବୋଲି ଆଶଙ୍କା କରାଯାଉଛି । ତେଣୁ ଏକକାଳିନ ୪ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଘଟଣା ଉପରେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

ଚନ୍ଦ୍ରଶେଖରପୁର, ନାଲକୋ ଟ୍ରାଫିକ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଚନ୍ଦ୍ରଶେଖରପୁର, ନାଲକୋ ଟ୍ରାଫିକ୍‌ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ କାର୍‌ ଭିତରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ #NandighoshaTV #OdishaNews #CarAccident

Nandighosha TV यांनी वर पोस्ट केले बुधवार, २६ ऑगस्ट, २०२०

Leave a Reply