ଯାଜପୁର ଦଶାଶ୍ୱମେଧ ଘାଟରେ ଡଙ୍ଗା ଭସାଇ ଫେରୁଥିଲେ, କିନ୍ତୁ ଘରେ ପହଞ୍ଚିପାରିଲେନି

1 min read

ଯାଜପୁର : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । କେତେ ଖୁସିରେ ସେମାନେ ଯାଇଥିଲେ ଡଙ୍ଗା ଭସାଇବାକୁ । କେତେ କଣ ଡାକିଥିଲେ ଠାକୁରଙ୍କ ପାଖରେ । ପବିତ୍ର କାର୍ତ୍ତିକରେ ମହାପୂଣ୍ୟ ଅର୍ଜନ କରିବାକୁ ଯାଇଥିଲେ ଯୁବକମାନେ । ମାତ୍ର ଏଥରର ଡଙ୍ଗା ଭସା ଯେ ସେମାନଙ୍କ ପାଇଁ ଶେଷ ଡଙ୍ଗା ଭସା ହେବ ତାହା ସେମାନେ କେବେବି ଜାଣିନଥିଲେ । ଡଙ୍ଗା ଭସାଇ ଫେରୁଥିବା ବେଳେ ବାଟରେ ଛକି ରହିଥିଲା ମୃତ୍ୟୁ । ଝାମ୍ପିପଡ଼ିଲା ଏମାନଙ୍କ ଉପରକୁ । ଆଉ ତିନି ତିନି ଜଣ ଯୁବକଙ୍କର ମୃତ୍ୟୁ ହେଲା ମଝି ରାସ୍ତାରେ ।

ଆଜି ସକାଳୁ ସକାଳୁ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ଅଞ୍ଚଳରେ । ଏକ ବାଇକରେ ଆସୁଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା ଏକ ଆଳୁ ବୋଝେଇ ଟ୍ରକ । ଏହାଫଳରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିଲା । ତିନି ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିବା ବେଳେ ଆଉଜଣେ ଚିକିତ୍ସିତ ଅବସ୍ଥାରେ ଆଖିବୁଜିଛନ୍ତି।

ଯାଜପୁର ବିରୁହାଁ ପଞ୍ଚାୟତର ତାଣ୍ଡରା ଗାଁର କାଠି ଦଳାଇଙ୍କ ପୁଅ ଦିପୁନ ଦଳାଇ ଓ ସେହି ଗାଁର ମହେଶ୍ୱର ଦଳାଇଙ୍କ ପୁଅ ଇନ୍ଦ୍ରମଣି ଦଳାଇ ଓ ତାଙ୍କର ଜଣେ ବନ୍ଧୁ  OR-04-J-7733 ବାଇକ୍ ଯୋଗେ ଦଶାଶ୍ୱମେଧ ଘାଟକୁ ଡଙ୍ଗା ଭସାଇବାକୁ ଯାଇଥିଲେ । ପଥରପଦା ନିକଟରେ ଆଳୁ ବୋଝେଇ ଟ୍ରକ୍ ସହ ସେମାନଙ୍କର ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ମାରିଥିଲା ଯେ, ଦୁର୍ଘଟଣା ପରେ ଟ୍ରକଟି ରାସ୍ତା କଡକୁ ଓଲଟି ପଡ଼ିଥିଲା । ')}

Leave a Reply