କରୋନା ଏବେ ସ୍ଥିର ରହିଛି, ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ: ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା

1 min read
Sanghamitra Pati

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ମଧ୍ୟରେ ଗୁରୁବାର ସର୍ବାଧିକ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସ୍ଥିତିକୁ ନେଇ ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ‘ଗଞ୍ଜାମରେ ୩ ସପ୍ତାହ ତଳେ ଯାହା ପରିସ୍ଥିତି ଥିଲା, ତାହା ଏବେ ନାହିଁ । ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ ଆରମ୍ଭ କରାଯାଇଛି । ୩ ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସେରୋ ସର୍ଭେ ହୋଇଥିଲା । ୨୮୩୦ ଜଣଙ୍କ ଆଣ୍ଡିବଡି ଟେଷ୍ଟଂ କରାଯାଇଥିଲା । ଏକ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଡିବଡି ସୃଷ୍ଟି ହୋଇସାରିଛି ।’

କରୋନା ପାଇଁ ଆଦୌ ଡରିବା ନାହିଁ । ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ଆଗକୁ ଏହା କମିବ ବୋଲି ଆଶା କରାଯାଉଛି । କରୋନାରୁ ରକ୍ଷା ପାଇବାକୁ ହେଲେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ଆର୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।

କରୋନା ମୁକାବିଲା : ରାଜ୍ୟ ସରକାରଙ୍କ ପ୍ରେସ୍‌ ମିଟ୍‌

କରୋନା ମୁକାବିଲା : ରାଜ୍ୟ ସରକାରଙ୍କ ପ୍ରେସ୍‌ ମିଟ୍‌

Nandighosha TV यांनी वर पोस्ट केले गुरुवार, १३ ऑगस्ट, २०२०

ପ୍ରଥମେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ସେରୋ ସର୍ଭେ ଆରମ୍ଭ ହୋଇଥିଲା । ଏହା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେରୋ ସର୍ଭେ କରାଯାଇଥିଲା । ପରେ ବ୍ରହ୍ମପୁର ମଧ୍ୟ ସେରୋ ସର୍ଭେ କରାଯାଇଛି । ତେବେ ଆଗାମୀ ଦିନରେ ଏମିତି ଅନେକ ସହରରେ ସେରୋ ସର୍ଭେ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ତୃତିୟାଂଶ ଲୋକଙ୍କ ମଧ୍ୟରେ ଆଣ୍ଟି ବଡି ସୃଷ୍ଟି ହୋଇସାରିଛି । ଅର୍ବାନ୍‌ ସ୍ଲମ୍‌ରେ ୩୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି କହିଛନ୍ତି ସଂଘମିତ୍ରା ।

Leave a Reply