ରାଜ୍ୟରେ ୧ଲକ୍ଷ ଟେଷ୍ଟିଂ ପୂରା କଲା ଆରଏମ୍‌ଆରସି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ଦିଗରେ ମାଇଲ୍ ଖୁଣ୍ଟ ଛୁଇଁଲା ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (RMRC) ଭୁବନେଶ୍ୱର । ଦେଶର ଏହି ପ୍ରମୁଖ ଭୂତାଣୁ ପରୀକ୍ଷଣ କେନ୍ଦ୍ର ରାଜ୍ୟରେ ଏକାକୀ ୧ ଲକ୍ଷ କୋଭିଡ ଟେଷ୍ଟିଂ କରିପାରିଛି । ଗତ ସାଢ଼େ ୩ ମାସର ଏହି ସୀମିତ ସମୟ ମଧ୍ୟରେ ଏହି ମାଇଲ୍‌ଖୁଣ୍ଟ ଛୁଇଁପାରିଛି ଆଇସିଏମ୍‌ଆର ।  ଏଥିସହିତ ୨ ହଜାର ୩ଶହ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇପାରିଛନ୍ତି ।

ଏଥିସହିତ ସାରା ଦେଶର କରୋନା ଟେଷ୍ଟିଂ ଲ୍ୟାବ୍‌ମାନଙ୍କ ମଧ୍ୟରେ ଟପ୍‌ ୩ଟି ଲ୍ୟାବ୍‌ ମଧ୍ୟରେ ସ୍ଥାନିତ ହୋଇପାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇସିଏମ୍‌ର ଶାକା ଆରଏମ୍‌ଆରସି ଭୁବନେଶ୍ୱରକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏଭଳି କୋଭିଡ ପରୀକ୍ଷର କରୋନା ମୁକାବିଲା ଦିଗରେ ଓଡ଼ିଶାକୁ ସୁଦୃଢ଼ କରିପାରିଛି ।

ସୂଚନା ଯୋଗ୍ୟ, କରୋନା ମୁକାବିଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କୋଭିଡ ଟେଷ୍ଟିଂ । ଏହାଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା କରାଯାଇପାରିବ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏଣୁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି । ଏଥିନିମନ୍ତେ ପୂର୍ବରୁ କେବଳ ଆରଆଏମ୍‌ଆରସିରେ କୋଭିଡ ଟେଷ୍ଟିଂ ହେଉଥିବା ବେଳେ ରାଜ୍ୟ ଅନ୍ୟ ମେଡିକାଲ ଏବଂ ପ୍ରାଇଭେଟ୍ ମେଡିକାଲରେ ମଧ୍ୟ କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ତେବେ ଏଯାବତ୍‌ ରାଜ୍ୟର ମୋଟ ୨ଲକ୍ଷ ୯୭ ହଜାର କୋଭିଡ ଟେଷ୍ଟିଂ ହୋଇଥିବା ବେଳେ କେବଳ ଆରଏମ୍ଆରସି ଭୁବନେଶ୍ୱରରେ ୧ଲକ୍ଷ କୋଭିଡ ଟେଷ୍ଟିଂ ହୋଇପାରିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

Leave a Reply