RMC ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ମିଳିଲାଣି ୯ଟି ଗାଡ଼ି

1 min read

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା RMC ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି । ଆଜି ସକାଳୁ ଏକକାଳୀନ  ୩ଟି ସ୍ଥାନରେ ଭିଜିଲାନ୍ସର ତିନୋଟି ଟିମ ଚଢ଼ାଉ ଆରମ୍ଭ କରିଛି । ନବରଙ୍ଗପୁର ସହରର ଇଛାବତୀ ଗୁଡା ସ୍ଥିତ ବାସଭବନ, ଗାନ୍ଧିନଗରର ସ୍ଥିତ ଘର ଓ RMC କାର୍ଯ୍ୟାଳୟରେ ଏକ କାଳୀନ ଚଢ଼ାଉ ହୋଇଥିବା ବେଳେ ଚଢ଼ାଉରେ ନୂଆପଡା, ଜୟପୁର ଏବଂ ନବରଙ୍ଗପୁର ର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ତାଙ୍କର ୯ଟି କାର ଓ ବାଇକ୍ ଅଛି । ତେବେ ଏହି ଚଢାଉ ବୁଧବାର ସକାଳ ୬ରୁ ଆରମ୍ଭ ହୋଇଛି । ଏହି ଚଢାଉରେ ୩ଟି ଟିମ ୩ଟି ସ୍ଥାନରେ ଚଢାଉ କରିଛି ।  ଏ ପର୍ଯ୍ୟନ୍ତ ଅନ୍ୟ ସମ୍ପତିର ଆକଳନ ଚାଲିଛି ଆହୁରି ତଥ୍ୟ ମିଳିବ ବୋଲି ବୋଲି ଭିଜିଲାନ୍ସ ଟିମ କହିଛନ୍ତି ।

Leave a Reply