କୃଷି ଆଇନକୁ ବିରୋଧ କରି ଭାଙ୍ଗୁଛି NDA, ଅକାଳି ପରେ ସମ୍ପର୍କ କାଟିଲା RLP

1 min read
RLP Quits NDA Over Farm Law

ଜୟପୁର: କୃଷି ଆଇନ୍ ବିରୋଧରେ କୃଷକ ଓ ବିରୋଧୀ ଦଳ ଆନ୍ଦୋଳନ କରୁଛନ୍ତି । ଜାମ୍ ହେଉଛି ଦିଲ୍ଲୀ ବର୍ଡର । ଅନ୍ୟପଟେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସୃଷ୍ଟିହେଲାଣି ଫାଟ । ଗୋଟିଏ ପଟେ ଚାଷୀଙ୍କୁ ନୂଆ କୃଷି ଆଇନ୍ ସମ୍ପର୍କରେ ବୁଝାଇବା ଲାଗି ବିଜେପି କମର କସୁଛି । ଏହାରି ଭିତରେ ଏନଡିଏକୁ ଝଟକା ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP) । ଦଳର ନେତା ହନୁମାନ ବେନିୱାଲ ବେଳେ ଆରଏଲପି ଏନଡିଏ ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

RLP Quits NDA Over Farm Law

ଏଥିସହ ପଢ଼ନ୍ତୁ- ଆଲୋଚନା ପାଇଁ ସରକାରଙ୍କୁ ତାରିଖ ଦେଲେ କୃଷକ, କହିଲେ- ଅପପ୍ରଚାର କରାନଯାଉ…

ଏହା ପୂର୍ବରୁ ବେନିୱାଲ କହିଥିଲେ- ନରେନ୍ଦ୍ର ମୋଦି ସରକାରଙ୍କ ପାଖରେ ୩୦୩ ସାଂସଦ ଥିବାରୁ କୃଷି ଆଇନ୍ ଫେରସ୍ତ ନିଆଯାଉନାହିଁ । ୧୨୦୦ କିଲୋମିଟର ଦୂର ରାଜସ୍ଥାନର କୃଷକ ଦିଲ୍ଲୀ ଆଡ଼କୁ ଯାଉଛନ୍ତି । ହରିୟାଣା ସୀମା ଶାହଜହାଁପୁରରେ ବୈଠକ ପରେ ଆରଏଲପି, ଏନଡିଏ ଛାଡ଼ିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଶେଷରେ ଏନଡିଏ ସହ ୨ ବର୍ଷର ସମ୍ପର୍କ ତୁଟାଇବାକୁ ଆରଏଲପି ନିଷ୍ପତ୍ତି ନେଇଛି । ପୂର୍ବରୁ କୃଷି ଆଇନକୁ ବିରୋଧ କରି ଅକଳି ଦଳ ଏନଡିଏ ଛାଡ଼ିଥିବା ବେଳେ ଆରଏଲପି ସମାନ ନିଷ୍ପତ୍ତି ନେଇଛି ।

Leave a Reply