କିଏ ଚଲାଇବ ତେଜସ୍ୱୀଙ୍କ ସଭା ? ମଞ୍ଚ ଉପରେ ଠେଲାପେଲା ହେଲେ ନେତା..

Tejaswi Yadav

ବିହାର: ସଭାମଞ୍ଚ ପାଲଟିଲା ରଣକ୍ଷେତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି ବିହାରରୁ । ବୈଶାଲିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆସିଥିଲେ ତେଜସ୍ୱୀ ଯାଦବ । ହେଲେ ସେଠାକାର ସଭାମଞ୍ଚ ପାଲଟିଲା ରଣକ୍ଷେତ୍ର । ସଭାମଞ୍ଚ କିଏ ସଞ୍ଚାଳନ କରିବ ସେନେଇ ସ୍ଥାନୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥଲା ପ୍ରତିଯୋଗୀତା ।

Tejaswi Yadav

ହେଲେ ପ୍ରତିଯୋଗୀତା କେବଳ କଥା କଟାକଟିରେ ସୀମାତ ନଥିଲା । ନେତାମାନେ ସଭାସଞ୍ଚାଳନ କରିବା ପାଇଁ ଏତେ ବ୍ୟଗ୍ରଥିଲେ ଯେ, ନିଜ ନିଜ ମଧ୍ୟରେ ହାତାହାତୀ ଓ ଠେଲାପେଲା ହେବାକୁ ବି ପଛାଇନଥିଲେ । ଏହି ପୁରା ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାକୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଛନ୍ତି ।

Tejaswi Yadav

ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ତେଜସ୍ୱୀ ବୈଶାଲିରେ ପହଞ୍ଚିଥିଲେ । ତେଜସ୍ୱୀ ମଞ୍ଚରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ ନେତାମାନେ ଆଗେଇ ଆସିଥିଲେ । ଜିନ୍ଦାବାଦ ନାରା ଦେଇ ତେଜସ୍ୱୀଙ୍କୁ ପୋଛୋଟି ନେଇଥିଲେ ମଞ୍ଚ ଉପରକୁ । ହେଲେ ଏହା ପରେ ଆରମ୍ଭ ହୋଇଥିଲା ଅସଲ ଖେଳ ।

Tejaswi Yadav

ସ୍ୱାଗତ କାର୍ଯ୍ୟକ୍ରମ ସରିବା ପରେ କିଏ ସଞ୍ଚାଳନ କରିବ ସାଭମଞ୍ଚ ? ସେନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଯୋଗୀତା । ଆଉ ତାପରେ କଥା କଟାକଟି । ଏହା ଧିରେ ଧିରେ ଉଗ୍ରରୂପ ନେଇଥିଲା । ନେତାମାନେ ନିଜର ହିତାହିତ ଜ୍ଞାନ ଭୁଲି କଥା କଟାକଟିରୁ ଯାଇ ଠେଲାପେଲା ପହଞ୍ଚିଥିଲେ । ଏହି ଠେଲାପେଲା ମଧ୍ୟରେ ଅନେକ ନେତା ମଞ୍ଚରୁ ଖସିପଡିଥିବା ମଧ୍ୟ ଦେଖାଯାଇଛି । ସେହିଭଳି କିଛି ନେତା ମଞ୍ଚ ଛାଡ଼ି ଦୌଡ଼ି ପଳାଉଥିବା ମଧ୍ୟ ଦେଖାଯାଇଥିଲା ।

Tejaswi Yadav

ଏହି ଝଗଡ଼ା ପରେ ଉପସ୍ଥିତ ଥିବା କିଛି ନେତାମାନେ ପରିସ୍ଥିତି ସାନ୍ତ କରିବାକୁ ନେତାମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ଝଗଡ଼ା କରୁଥିବା ନେତାମାନେ କାହାରି କଥା ଶୁଣିବାକୁ ନାରାଜ ଥିଲେ । ତେବେ ଦଳର ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି କିଛି ମାତ୍ରାରେ ସାନ୍ତ ପଡ଼ିଥିଲା । ଏହି ଘଟଣା ପରେ ନେତାମାନେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପୁରା ଘଟଣାର ଭିଡିଓ ସୁଟ୍‌ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply