ପରାଜୟ ପରେ ମାଡାମ୍‌ଙ୍କ ବାସଭବନରେ ମାନସମନ୍ଥନ, କେମିତି ହାରିଲା ଦଳ ?

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ପଟନା: ବିହାରରେ ଏବେ ନୂଆ ସରକାର ନେଇ ଆରମ୍ଭ ହୋଇଯାଇଛି କସରତ । ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ତେବେ ହାଓ୍ୱା ଓ ଏକଜିଟ୍ ପୋଲର ଆକଳନ ସତ୍ତ୍ୱେ ପରାଜୟର ମୁହଁ ଦେଖିଛି ରାଷ୍ଟ୍ରୀୟ ଜନତା ଦଳ । ଆରଜେଡି ମତ ଗଣନାକୁ ନେଇ ସନ୍ତୁଷ୍ଟ ନଥିବା କହୁଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଦଳର ମାନସମନ୍ଥନ । ଏହି ପରାଜୟର ସମୀକ୍ଷା କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାଡାମ୍‌ ରାବିଡୀ ଦେବୀଙ୍କ ବାସଭବନରେ ଏକାଠି ହୋଇଛନ୍ତି ଦଳର ବହୁ ତୁଙ୍ଗ ନେତା ।

ମହାଗଠବନ୍ଧନକୁ ୨୦୧୫ରେ ୧୭୮ ସିଟ୍ ମିଳିଥିବାବେଳେ ଚଳିତ ନିର୍ବାଚନରେ ୧୧୦ ସିଟ୍‌ରେ ସୀମିତ ରହିଛି ଦଳ । ଦଳର ୭୫ ବିଧାୟକଙ୍କ ମଧ୍ୟରୁ ୩୦ ନୂଆ ଚେହେରା ଥିଲେ । ତେବେ ପରାଜୟ ସତ୍ତ୍ୱେ ଦଳ ଏଥର ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ୨୦୨୦ରେ ଆରଜେଡି ବଡ଼ ପାର୍ଟି ଭାବେ ଉଭା ହୋଇଛି । ନିର୍ବାଚନ ଫଳାଫଳକୁ ନେଇ ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୁଃଖୀ ଥିବା କୁହାଯାଉଛି ।

Rabri Devi

ସେପଟେ ନଭେମ୍ବର ୧୬ରେ ଶପଥ ନେଇ ପାରନ୍ତି ସୁଶାସନ ବାବୁ ନୀତିଶ କୁମାର । ସପ୍ତମ ଥର ପାଇଁ ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତର କରି ଚଳିତ ନିର୍ବାଚନରେ ୧୨୫ ଆସନ ପାଇ ସ୍ପଷ୍ଟ ବହୁମତ ହାସଲ କରିଛି ଏନଡିଏ । ମେଣ୍ଟରେ ବିଜେପିକୁ ଅଧକ ସଂଖ୍ୟକ ଭୋଟ ମିଳିଥିଲେ ସୁଦ୍ଧା ନୀତୀଶଙ୍କ ନେତୃତ୍ୱରେ ଶାସନ କରିବ ଦଳ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକପ୍ରକାର ସ୍ଥିର ହୋଇସାରିଛି ।

Bihar Elections 2020 If BJP Adopts 1995 Maharashtra Formula Than Nitish will Lost CM Post

ନୀତୀଶଙ୍କ ଜୀବନରେ ୭ ଅଙ୍କ ତାଙ୍କ ପାଇଁ ସୌଭାଗ୍ୟ ଆଣିଛି ବୋଲି କହିଛନ୍ତି । ତେଣୁ ସପ୍ତମ ଥର ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ନେବାକୁ ଯାଉଛନ୍ତି ସେ । ଏଥିପାଇଁ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ତେବେ ବିହାରରେ ଏଥର ଡବଲ ଇଞ୍ଜିନ ସରକାର ହେବ ବୋଲି କୁହାଯାଉଛି । ପ୍ରଥମେ ୨୦୦୦ରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ । ଏହାପରେ ୨୦୦୫, ୨୦୧୦, ୨୦୧୫, ୨୦୧୫, ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ପୁଣି ଜନତା ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛି ବୋଲି କହିଛନ୍ତି ୭୦ ବର୍ଷୀୟ ନୀତୀଶ କୁମାର । ୧ ମାର୍ଚ୍ଚ ୧୯୫୧ରେ ନୀତୀଶଙ୍କ ଜନ୍ମ ।

Leave a Reply