Nitish @7 : କାହିଁକି ଶପଥ ଗ୍ରହଣକୁ ଆସିଲେ ଆରଜେଡି ଓ କଂଗ୍ରେସ , ଜାଣନ୍ତୁ….

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ଯଦି ତର୍ଜମା କରାଯାଏ, ତେବେ ଏହା ଜେଡିୟୁ ଏବଂ ନୀତିଶ କୁମାରଙ୍କ ବିପକ୍ଷରେ ରହିଥିଲା । ଶାସକ ମେଣ୍ଟର ବିଜେପି ଏବଂ ମହାମେଣ୍ଟର ଆରଜେଡି ହିଁ ସଂଖ୍ୟା ଗଣତି ପ୍ରଥମ ୨ ସ୍ଥାନରେ ରହିଥିଲେ । ହେଲେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ନିର୍ବାଚନ ପରେ ସାଧାରଣତଃ ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ । ସୌଜନ୍ୟତା ଦୃଷ୍ଟିରୁ ବିରୋଧୀମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି ।

Tej Pratap Yadav

ହେଲେ ଚଳିତଥର ବିହାର ରାଜନୀତିରେ କିଛି ଭିନ୍ନତା ଦେଖିବାକୁ ମିଳି୍ଛି । ଅତୀତରେ ବୁଥ ରିଗିଂ, ଜୋର ଜବରଦସ୍ତ ଶାସନ କଳ ଚଳାଇବା ପାଇଁ କୁଖ୍ୟାତି ଅର୍ଜନ କରିଥିବା ଆରଜେଡି, ଚଳିତ ଥର ଉତ୍ତମ ପ୍ରଦର୍ଶନ କରିଥିଲା । ରୋଜଗାର ପ୍ରସଙ୍ଗକୁ ତେଜସ୍ୱୀ ଯାଦବ ପ୍ରମୁଖ ପ୍ରସଙ୍ଗ କରିଥିଲେ । ମହାଗଠବନ୍ଧନ ଏବଂ ଏନଡିଏ ମଧ୍ୟରେ ଭୋଟ ପ୍ରତିଶତ ବ୍ୟବଧାନ ୧୨ ହଜାରୁ ସାମାନ୍ୟ ଅଧିକ ଅର୍ଥାତ ୦.୦୧ ପ୍ରତିଶତ ରହିଥିଲା । କେତେକ ସ୍ଥାନରେ ପୋଷ୍ଟାଲ ବାଲାଟରେ ହେରଫେର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଏହି ଫଳାଫଳକୁ ଗ୍ରହଣ କରିବା ପାଇଁ କଂଗ୍ରେସ ଏବଂ ଆରଜେଡି ପ୍ରସ୍ତୁତ ନୁହଁନ୍ତି । ତେଣୁ ପ୍ରତୀକାତ୍ମକ ବିରୋଧ ପାଇଁ ନୀତୀଶଙ୍କ ଶପଥ ଗ୍ରହଣ ସମାରୋହକୁ ଏହି ୨ ଦଳ ବୟକଟ୍ କରିଛନ୍ତି । ସେହିପରି ବାମଦଳଗୁଡିକ ମଧ୍ୟ ଏହିପରି ଶପଥ ଗ୍ରହଣ ସମାରୋହ ଅନୁପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

 

Leave a Reply