କମେଡି ଓ ରାେମାନ୍ସରେ ଜିତନ୍ତି ସମସ୍ତଙ୍କ ହୃଦୟ, ଜାଣନ୍ତୁ ବଲିଉଡର ଏହି ଅଭିନେତାଙ୍କ ସମ୍ପର୍କରେ

1 min read

ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଦର୍ଶକଙ୍କ ନିକଟରେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି । ଏପରିକି କମେଡି, ରୋମାନ୍ସ  ଓ ନେଗେଟିଭ ରୋଲରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥାଏ । ଆଜି ଏହି ଅଭିନେତା ଜଣକ ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି।

ରିତେଶ ଜଣେ ଅଭିନେତା ହୋଇଥିବା ବେଳେ ତାଙ୍କ ପିତା ମହାରାଷ୍ଟ୍ର ରାଜନୀତିର ପ୍ରଖ୍ୟାତ୍ ରାଜନେତା । ତାଙ୍କ ପିତା ବିଳାସରାଓ ଦେଶମୁଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ତାଙ୍କ ଭାଇ ମଧ୍ୟ ରାଜନୀତି ସହ ଜଡିତ । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା  ରିତେଶଙ୍କ ପାରିବାରିକ ପୃଷ୍ଠଭୂମି ଏବଂ  ଚଳଚ୍ଚିତ୍ର କ୍ୟାରିୟର ବିଷୟରେ…

ରାଜନୀତି ସହ ଜଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ରିତେଶ । ତାଙ୍କ ପିତା ବିଳାସରାଓ ଦେଶମୁଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ମାତାଙ୍କ ନାମ ବୈଶାଲୀ ଦେଶମୁଖ।

ରିତେଶ ଦେଶମୁଖ ୨୦୦୩ ମସିହାରେ ବଲିଉଡ ଫିଲ୍ମ ‘ତୁଝେ ମେରୀ କସମ’ ଜରିଆରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜା ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଏହି ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯାହା ପରେ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି ।

୨୦୦୪ ମସିହାରେ ବଲିଉଡର କମେଡି ଡ୍ରାମା ଚଳଚ୍ଚିତ୍ର ‘ମସ୍ତି’ ତାଙ୍କୁ ବେଶ୍ ଲୋକପ୍ରିୟତା ଆଣିଦେଇଥିଲା । ଏହା ପରେପରେ କ୍ୟା କୁଲ ହେଁ ହମ୍, ମାଲାମାଲ ୱିକଲି, ଅପନା ସପନା ମନି ମନି, ହେ ବେବି, ଧମାଲ, ହାଉସଫୁଲ, ହାଉସଫୁଲ-୨, ଗ୍ରାଣ୍ଡ ମସ୍ତି, ହମସକଲ, ଟୋଟାଲ ଧାମାଲ, ହାଉସଫୁଲ-୪ ଭଳି ଅନେକ ଫଇଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

୨୦୧୨ ମସିହା ଫେବୃଆରୀରେ ରିତେଶ ତାଙ୍କର ସହ-କଳାକାର ଜେନେଲିଆ ଡି’ସୁଜାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ଦୁହିଁଙ୍କ ଧର୍ମ ଭିନ୍ନ ଭିନ୍ନ ହୋଇଥିବାରୁ ଏହି ଯୋଡି ଥରେ ଖ୍ରୀଷ୍ଟିଆନ ଏବଂ ଥରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ।

Leave a Reply