୯୭ ହଜାରରୁ ଅଧିକ ଭୋଟରେ ଜିତିଲେ ରୀତା, ଭାଙ୍ଗିଲେ ବିଶ୍ୱଭୂଷଣଙ୍କ ରେକର୍ଡ

1 min read

ରୀତା ସାହୁଙ୍କ ଅଲ-ଟାଇମ୍ ରେକର୍ଡ । ଓଡ଼ିଶାରେ ସର୍ବାଧିକ ଭୋଟ ମାର୍ଜିନରେ ଜିତିବାର ଶ୍ରେୟ ଯାଇଛି ଦ୍ୱିତୀୟ ଥର ପାଇଁ ବିଜେପୁର ବିଧାୟିକା ହୋଇଥିବା ରୀତା ସାହୁଙ୍କ ଖାତାରେ । ୯୭୯୯୦ ଖଣ୍ଡ ଭୋଟରେ ବିଜେପିର ସନତ ଗଡତିଆଙ୍କୁ ପରାଜିତ କରିଛନ୍ତି ରୀତା । ଯାହା ଓଡ଼ିଶା ବିଧାନସଭା ନିର୍ବାଚନର ଇତିହାତରେ ସର୍ବାଧିକ । ଏହି କ୍ରମରେ ସେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପଛରେ ପକାଇଛନ୍ତି । ୨୦୦୦ ମସିହାରେ ଭୁବନେଶ୍ୱର ବିଧାନସଭାରୁ ୯୪,୫୫୫ ଭୋଟରେ ଜିତିଥିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ୧୯ ବର୍ଷ ପରେ ଏହି ସଂଖ୍ୟାକୁ ଅତିକ୍ରମ କରିଛନ୍ତି ବିଜେଡିର ମହିଳା ବିଧାୟିକା ରୀତା ସାହୁ । ୨୦୦୪ ମସିହାରୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲଗାତର ତିନି ତିନ ଥର କଂଗ୍ରେସ ଖାତାକୁ ଯାଉଥିଲା । ହେଲେ ୨୦୧୮ ପରେ ଏହାକୁ ଲଗାତାର ତିନି ତିନି ଥର ବିଜେଡି ହାତେଇଛି । ପ୍ରତିଥର ବିଜେଡିର ବିଜୟ ମାର୍ଜିନ ବି ବଢିଛି । ଏହି ବୃହତ ସଫଳତା ପରେ ରୀତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

')}

Leave a Reply