ସରକାରୀ ଦୋକାନ ଓ ମୈତ୍ରୀ ଷ୍ଟୋରରେ ବିକ୍ରି ହେବ ପିଆଜ

1 min read

ଭୁବନେଶ୍ୱର: ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇ ଦେବେ ସରକାର । ସରକାରୀ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ବିକ୍ରି ହେବ । ପିଆଜର ଅହେତୁକ ଦରବୃଦ୍ଧିକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ଜିଲ୍ଲପାଳମାନଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚିଠି କରାଯାଇଛି । ପିଆଜ ମହଜୁଦକାରୀ ତଥା କଳାବଜାରୀ କରୁଥିବା ବେପାରୀଙ୍କ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ONIONବିଶେଷକରି ପିଆଜ ଆମଦାନୀ ହେଉଥିବା ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରେ ବର୍ଷା ଯୋଗୁଁ ପିଆଜ ଆସିପାରୁନାହିଁ । ଅନ୍ୟପଟେ ମହାରାଷ୍ଟ୍ରରୁ ପିଆଜ ଆମଦାନୀରେ ମଧ୍ୟ ବର୍ଷା ବାଧକ ସାଜିଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବଜାରରେ ପିଆଜ କ୍ୱିଣ୍ଟାଲ ପିଛା ୪,୮୦୦ରୁ ୬,୨୦୦ ଟଙ୍କା ଓ କେଜି ପିଛା ୫୨ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ')}

Leave a Reply