ସୁଶାନ୍ତଙ୍କୁ ଅଲବିଦା କହିବାକୁ ଶ୍ମଶାନରେ ପହଞ୍ଚିଲେ ରିୟା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ଆଜି ଭିଲେପାର୍ଲେ ସ୍ଥିତ ପବନ ହଂସ ଶ୍ମଶାନରେ ହୋଇଯାଇଛି । ପିତା,ତିନି ଭଉଣୀ,ଦାଦା ପୁଅ ଭାଇଙ୍କ ଉପସ୍ଥିତିରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଆଜି ଦିପହରରେ ସୁଶାନ୍ତଙ୍କ ପରିବାର ପାଟନାରୁ ମୁମ୍ବାଇ ଆସିଥିଲେ । ରବିବାର ଦିନ ସୁଶାନ୍ତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଆଜି ବର୍ଷା ଭିତରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ଅତି ନିକଟତର କୁହାଯାଉଥିବା ରିୟା ଚକ୍ରବର୍ତ୍ତି ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ରିୟାଙ୍କୁ ଧଳା ଚୁଡିଦାରରେ ଦେଖାଯାଇଥିଲା । ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ଗଭୀର ଥିଲା ବୋଲି କୁହାଯାଉଛି ।

ଏଣେ କଙ୍ଗନା ରନାୱତ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ,ସୁଶାନ୍ତଙ୍କ ଭଳି ରାଙ୍କ୍ ହୋଲ୍ଡର କେବେ ମଧ୍ୟ ଆତ୍ମହତ୍ୟା କରି ନଥିବେ । ତାଙ୍କୁ ସୁଚିନ୍ତିତ ଯୋଜନାରେ ହତ୍ୟା କରାଯାଇଛି ।

Leave a Reply