ଆଜି ରିୟା ଓ ଭାଇ ସୋଭିକଙ୍କ ବେଲ୍ ଆବେଦନର ଶୁଣାଣି

1 min read

ମୁମ୍ବାଇ: ରିୟା ଓ ସୋଭିକଙ୍କୁ ଜେଲ୍ ନା ବେଲ୍ ସେ ନେଇ ଆଜି ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରେ । ସେସନ୍‌ସ କୋର୍ଟ ଦ୍ୱାରା ଜାମିନ୍ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ରିୟା । ଆଜି ଏନେଇ ଶୁଣାଣି ହୋଇପାରେ । ୨୨ ଦିନ ହେଲାଣି ରିୟା ଜେଲରେ ଅଛନ୍ତି । ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ବେଲ ପାଇଁ ଆବେଦନ କରିଛନ୍ତି । କିନ୍ତୁ ପ୍ରତ୍ୟେକ ଥର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅପରପକ୍ଷରେ ଏନସିବି ଅନୁସାରେ ଉଭୟ ଭାଇ ଭଉଣୀ ଜେଲରୁ ବାହାରିବା ଅନୁଚିତ୍ । ଏନସିବି କହିଛି ଯେ ଯଦି ରିୟା-ସୋଭିକ୍ ଜେଲରୁ ବାହାରନ୍ତି ତାହେଲେ ତଦନ୍ତ ପ୍ରଭାବିତ ହେବ । ଏନସିଆବି ରିୟାଙ୍କୁ ଡ୍ରଗ୍ସ ସିଣ୍ଡିକେଟର ଏକ ଅଂଶ ବୋଲି ବର୍ଣ୍ଣନା କରିଛି।

ସେପଟେ ଏନସିବି ରିୟାଙ୍କ ବେଲ୍ ଆବେଦନକୁ ଚ୍ୟାଲେଞ୍ଜ କରିଛି । ଅବଦୁଲ ବାସିତ, କୈଜାନ୍ ଓ ଜୈଦଙ୍କ ଠାରୁ ଡ୍ରଗ୍‌ସ କିଣୁଥିବା ପଚରାଉଚରା ବେଳେ କହିଛନ୍ତି ରିୟାଙ୍କ ଭାଇ ସୌଭିକ । ସୁଶାନ୍ତ ସିଂ ରାଜପୁତଙ୍କ ଅର୍ଥରେ ଏସବୁ କିଣାଯାଉଥିଲା । ଏସଂପର୍କରେ ରିୟା ଜାଣିଥିଲେ । ସୁଶାନ୍ତ ଓ ରିୟାଙ୍କ କହିବା ଅନୁସାରେ ଡ୍ରଗ୍‌ସ କିଣାଯାଉଥିବା ସାମୁଏଲ୍ ମିରାଣ୍ଡା ମଧ୍ୟ କହିଥିଲେ । ଏସବୁ ତଥ୍ୟ ଦର୍ଶାଇ ରିୟାଙ୍କ ଜାମିନ୍ ଆବେଦନକୁ ଏନସିବି ଚ୍ୟାଲେଞ୍ଜ କରିଛି । ଅକ୍ଟୋବର ୬ ଯାଏଁ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ରିୟା ଓ ସୋଭିକ ।

Leave a Reply