ସୁଶାନ୍ତ ଡ୍ରଗ୍ସ ମାମଲା: ଚାର୍ଜସିଟ୍ ଦାଖଲ ପରେ ଏଭଳି କହିଲେ ରିୟାଙ୍କ ଓକିଲ…

1 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଓ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଯାଞ୍ଚ ଜାରି ରଖିଛନ୍ତି । ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଶୁକ୍ରବାର ଦିନ ଏନସିବି ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଚାର୍ଜସିଟ୍ ଦାଖଲ ପରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନସିନ୍ଦେ କହିଛନ୍ତି ଯେ ‘‘ରିୟାଙ୍କୁ ଫସାଇବା ପାଇଁ ଏନସିବି ସବୁ ପ୍ରକାରର ପ୍ରୟାସ କରୁଛି । ୩୩ ଅଭିଯୁକ୍ତଙ୍କ ଠାରୁ ଯେତିକି ନିଶା ଦ୍ରବ୍ୟ ମିଳିଛି ତାହା ମୁମ୍ବାଇ ପୋଲିସ ଅଫିସର ବା ନାରକୋଟିକ୍ସ ସେଲ୍ ଅବା ଏୟାରପୋର୍ଟ କଷ୍ଟମ୍ କିମ୍ବା ଅନ୍ୟ କୗେଣସି ଏଜେନ୍ସି ଦ୍ୱାରା ଜବତ ହେଉଥିବା ନିଶା ଦ୍ରବ୍ୟ ସାମନାରେ କିଛିବି ନୁହେଁ’’ ।

ବଲିଉଡର ଯେତେବି ଜଣାଶୁଣା ଚେହେରା ସମସ୍ତଙ୍କୁ ଡ୍ରଗ୍ସ ଲିଙ୍କରେ ପଚରାଉଚରା କରୁଛି ।  ଯାହାଙ୍କ ବିରୋଧରେ ପ୍ରମାଣ ମିଳିବା କଷ୍ଟକର ବ୍ୟାପାର । ମୁଁ ଭାବୁଛି ଏମିତି କାହିଁକି କରାଯାଉଛି ? ହୁଏତ ଅଭିଯୋଗ ଗୁଡିକ ମିଛ ନଚେତ୍ ଭଗବାନ ଜାଣିଥିବେ ସତ କ’ଣ ।

 

ଉଲ୍ଲେଖଯୋଗ୍ୟ, ଗତକାଲି ଏନସିବି ୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍‌ ଦାଖଲ ହୋଇଛି।

ଚାର୍ଜସିଟରେ ଅଭିଯୁକ୍ତ ଭାବେ ରିୟାର ନାମ ସାମିଲ୍

ଏନସିବିର ଚାର୍ଜସିଟରେ ରିୟା ଚକ୍ରବର୍ତ୍ତୀ ସମେତ୍ ମୋଟ୍ ୩୩ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏଥିରେ ରିୟା, ସୗେବିକ୍, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଓ କ୍ଷିତିଜ ପ୍ରସାଦଙ୍କ ନାମ ରହିଛି । ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି।

ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା । NCB ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ NCB ଗିରଫ କରିଥିଲା । କେତେଜଣଙ୍କଠାରୁ ଡ୍ରଗ୍ସ ଜବତ କରାଯିବା ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଫରେନ୍‌ସିକ୍, ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି NCB।

 

 

Leave a Reply