ହାଇପ୍ରୋଫାଇଲ୍‌ ଓକିଲଙ୍କୁ ରିୟା କେମିତି ଦେଉଛନ୍ତି ଫିସ୍‌ ? ସତୀଶ ମାନସିନ୍ଦେ ଦେଲେ ଉତ୍ତର…

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ । ଦିନକୁ ଦିନ ଏହି ମାମଲାରେ ବଲିଉଡ୍‌ ତାରକାମାନେ ଛନ୍ଦି ହୋଇଯାଉଛନ୍ତି । ଏହି ମାମଲା ଏବେ ହାଇପ୍ରୋଫାଇଲ୍‌ ହୋଇସାରିଛି । ତଦନ୍ତର ପ୍ରତ୍ୟେକ ଦିଗ ଉପରେ ଲୋକଙ୍କ ନଜର । ମାମଲା କେତେବେଳେ କେଉଁ ମୋଡ଼ ନେଉଛି ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ ପ୍ରକାର ରୋମାଞ୍ଚ ରହିଛି ।

ତେବେ ଏହି ଘଟଣାକୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି । ତାହା ହେଲା ରିୟା ଚକ୍ରବର୍ତ୍ତିଙ୍କ ଭଳି ଜଣେ ସାଧାରଣ ଅଭିନେତ୍ରୀ ସତୀଶ ମାନସିନ୍ଦlଙ୍କ ଭଳି ବଡ଼ ଓକିଲଙ୍କ ଫିସ୍‌ କେମିତି ଦେଉଛନ୍ତି ? ଅନ୍ୟପଟେ ଦୀର୍ଘ ବର୍ଷ ଧରି ରିୟାଙ୍କର ନା କିଛି ପିଲ୍ମ ଆସିଛି ନା କିଛି ଆଡ୍‌ ଫିଲ୍ମରେ ସେ କାମ କରିଥିବା ଦର୍ଶକ ଜାଣିଛନ୍ତି । ସତୀଶଙ୍କ ଭଳି ବଡ଼ ଓକିଲଙ୍କୁ ସେ ଫିସ୍‌ କେମିତି ଦେଉଛନ୍ତି ? ଏତେ ଟଙ୍କା କୋଉଠୁ ଆସୁଛି ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଚର୍ଚ୍ଚାକୁ ନେଇ ଖୋଦ୍‌ ବରିଷ୍ଠ ଆଇନ୍‌ଜୀବୀ ସତୀଶ ମାନ୍‌ସିନ୍ଦେ କହିଛନ୍ତି ଯେ, ‘ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେବା ଉଚିତ୍‌ ନୁହେଁ । ମୁଁ ମୋ କ୍ଲାଇଣ୍ଟ ରିୟାଙ୍କଠାରୁ କେତେ ଫିସ୍‌ ନେଉଛି ତାହା ଆମ ଭିତର କଥା । ଏଥିନେଇ ସମସ୍ତେ ଜାଣିବା ଜରୁରୀ ନୁହେଁ । ଏମିତିକି କିଛି ଲୋକ କହୁଛନ୍ତି ଯେ, ମୁଁ ରିୟାଙ୍କ କେସ୍‌ ଫ୍ରି’ରେ ଲଢ଼ୁଛି । ଏହା କିନ୍ତୁ ସତ୍ୟ ନୁହେଁ ।’ ଶେଷରେ ସତୀଶ ତାତ୍ସଲ୍ୟ କରି କହିଛନ୍ତି ଯେ, ଯେଉଁ ମିଡିଆ ହାଉସ୍‌ ଏଭଳି ଚର୍ଚ୍ଚା କରୁଛନ୍ତି ସେମାନେ କେବଳ ଖୁସିରେ ରୁହନ୍ତୁ ।

ଏହାପୂର୍ବରୁ ସତୀଶ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଗଠିତ ଡାକ୍ତରୀ ଟିମ୍‌ ଉପରେ ମଧ୍ୟ ଟିପ୍ପଣୀ ରଖିଥିଲେ । ସେ କହିଥିଲେ- ‘ସୁଶାନ୍ତ କେସରେ ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଉଛନ୍ତି AIIMS ର ଡକ୍ଟର ସୁଧୀର ଗୁପ୍ତା । ସୁଶାନ୍ତଙ୍କ ମୃତ୍ୟୁ ବେଳର ଫଟୋକୁ ଦେଖି ୨୦୦ ପ୍ରତିଶତ କେସ୍‌ ସାମାଧାନ ହୋଇଥିବା ନେଇ ଯେଉଁ ଗୁଜବ ବାହାରିଛି ତାହା ଅତ୍ୟନ୍ତ ବିପଜ୍ଜନକ । ମାମଲାର ତଦନ୍ତକୁ ନିରେପେକ୍ଷ କରିବା ପାଇଁ ସିବିଆଇ ଏକ ନୂତନ ମେଡିକାଲ ବୋର୍ଡ ଗଠନ କରିବା ଉଚିତ୍ ।

Leave a Reply