Sushant Singh Rajput Case: ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଠକାମି ଅଭିଯୋଗ ଆଣିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଭିନ୍ନ ମୋଡ଼ ନେଇଛି ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲା । ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ରାମ ମନୋହର ଲୋହିୟା ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ସମେତ ଅନ୍ୟ କିଛି ଲୋକଙ୍କ ବିରୁଦ୍ଧରେ ନକଲି ମେଡିକଲ ପ୍ରେସ୍କ୍ରିପ୍ସନ ପ୍ରସ୍ତୁତ କରିଥିବା ଅଭିଯୋଗ ଆଣିଛନ୍ତି । ରିୟା ଜାଲିଆତି, ଏନଡିପିଏସ ଆକ୍ଟ ଏବଂ ଟେଲି ମେଡିସିନ ପ୍ରାକ୍ଟିସ ଗାଇଡଲାଇନ୍ସ ୨୦୨୦ ଦ୍ୱାରା ରିୟା ଅଭିଯୋଗ ଆଣିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନସିନ୍ଦେଙ୍କ କହିବା ଅନୁଯାୟୀ ୮ ଜୁନକୁ ସୁଶାନ୍ତ ସିଂ ରାଜପୂତଙ୍କ ଭଉଣୀ ପ୍ରିୟଙ୍କା ସିଂ ରାମ ମନୋହର ଲୋହିୟା ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ଠାରୁ ନକଲି ପ୍ରେସ୍କ୍ରିପ୍ସନ ପଠାଇଥିଲେ । ଯାହା ଏନଡିପିଏସ ଆକ୍ଟ ମଧ୍ୟରେ ଆସିଥାଏ, ଏବଂ ଏହା ବେଆଇନ୍ ।

ତେବେ ଖୁବଶୀଘ୍ର ରିୟା ଗିରଫ ହେବେ ବୋଲି ଖବର ଆସୁଥିବା ବେଳେ ଏବେ ରିୟାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ସୂଚନା ଅନୁଯାୟୀ ରିୟା ପଚରାଉଚରା ସମୟରେ କେତେକ ବଲିଉଡ ସେଲିବ୍ରେଟୀଙ୍କ ନାମ ନେଇଛନ୍ତି । ଅବଶ୍ୟ କାହାର ନାମ ନେଇଛନ୍ତି ସେ କଥାର ଏପର୍ଯ୍ୟନ୍ତ ଖୁଲାସା  ହୋଇନାହିଁ ।

Leave a Reply