ଡ୍ରଗ୍ସ କେସ୍: ରିୟା ଚକ୍ରବର୍ତ୍ତୀଙ୍କୁ କେମିତି ମିଳିଲା ଜାମିନ, ଧାରା 27 (A) କଣ ?

1 min read

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ପ୍ରାୟ ଏକ ମାସ ପରେ ଜାମିନ ମିଳିଛି । ଡ୍ରଗ୍ସ କେସ ଲିଙ୍କରେ ନାରକୋଟିକ୍ ବ୍ୟୁରୋ ତାଙ୍କୁ ଗିରଫ କରିଥିଲା। କିନ୍ତୁ ବୁଧବାର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଆଉ ୩ ଜଣଙ୍କ ଜାମିନ ମଞ୍ଜୁର କରିଛି । ଅବଶ୍ୟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ରିୟାଙ୍କ ଭାଇ ସୌଭିକ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜାମିନ ଆବେଦନକୁ ଖାରଜ କରିଛି ବମ୍ବେ ହାଇକୋର୍ଟ ।

ରିୟାଙ୍କୁ କେମିତି ମିଳିଲା ଜାମିନ, କଣ କହିଲେ ଓକିଲ ?

କୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଶ ମାନସିନ୍ଧେଙ୍କ ପକ୍ଷରୁ ତର୍କ କରାଯାଇଥିଲା ଯେ, ରିୟା ଉପରେ NDPS ଅଧୀନରେ ଲାଗୁ ହୋଇଥିବା 27 A ଆକ୍ଟର ନିୟମ ଭୁଲ ଅଟେ । ରିୟାଙ୍କୁ ଭୁଲ ଭାବରେ ଗିରଫ କରାଯାଇଛି ଏବଂ ଏତେଦିନ ଯାଏ ଗିରଫ କରି ଜେଲରେ ରଖାଗଲା । ଏକ ଲମ୍ବା ତର୍କ ପରେ ଅଦାଲତ ଏହି ମାମଲାରେ ରିୟାଙ୍କୁ ଜାମିନ ଦେଇଥିଲା ।

ଓକିଲ ସତିଶ ମାନସିନ୍ଧେ କହିଛନ୍ତି ଯେ, ଆମେ କୋର୍ଟ ସାମ୍ନାରେ ନିଜର ପ୍ରମାଣ ରଖିଲୁ ଏବଂ କିଛି ଆକ୍ଟ ବିଷୟରେ କହିଲୁ, ଯାହାକୁ ଜଜ୍ ସ୍ୱୀକାର କଲେ । ରିୟାଙ୍କୁ ଯେଉଁ ପ୍ରକାର ଗିରଫ କରାଯାଇଥିଲା ତାହା ଠିକ ନଥିଲା । ତିନୋଟି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ( CBI, ED, NCB ) ଯେମିତି ବ୍ୟବହାର କରାଯାଇଥିଲା ତାହା ଭୁଲ ଅଟେ ।

NDPC Act 27 A କଣ ?

ସୂଚନା ଅନୁଯାୟୀ ରିୟା ଚକ୍ରବର୍ତ୍ତୀ NCBର ପ୍ରାରମ୍ଭିକ ଯାଞ୍ଚରେ ଏହା ସ୍ୱୀକାର କରିଥିଲେ ଯେ, ସେ ଡ୍ରଗ୍ସ ସେବନ କରୁଥିଲେ । ଅବଶ୍ୟ ସେ ସୁଶାନ୍ତଙ୍କ ସହ ଦେଖା ହେବା ପୂର୍ବରୁ ଡ୍ରଗ୍ସ ନେବା ଛାଡ଼ିସାରିଥିଲେ । ଯାହା ପରେ NCB ତାଙ୍କ ଉପରେ 27 A ଆଧୀନରେ କେସ ଦାଖଲ କରିଥିଲା । ନାରକୋଟିକ୍ସ ଡ୍ରଗ୍ସ ଏଣ୍ଡ ସାଇକୋଟ୍ରୋପିକ ସବଷ୍ଟାଣ୍ଟସ ଆକ୍ଟ, ୧୯୮୫ (NDPS ଆକ୍ଟ) ମାଦକ ଔଷଧ ସମ୍ବନ୍ଧିତ ଏକ କଠୋର କାନୁନ ଅଟେ । ଏହାର ଧାରା ୨୭ ଅଧିନରେ ଯଦି ନାରକୋଟିକ ଡ୍ରଗ୍ସ ବା ନିଶାଯୁକ୍ତ ପଦାର୍ଥ ସେବନ କରନ୍ତି ତେବେ ଏହା ଦଣ୍ଡନୀୟ ଅଟେ ।

ଏହା ସହିତ ଧାରା କ୍ଲଜ୍ ଏ’ ରେ କୁହାଯାଇଛି ଯେ, ଯଦି ସରକାରଙ୍କ ରିପୋର୍ଟ ଅନୁଯାୟୀ କୋକେନ, ମୋର୍ଫାଇନ୍ ପରି ଅନ୍ୟ ନିଶା ଔଷଧ ସେବନ କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୋଟିଏ ବର୍ଷ କାରାଦଣ୍ଡ କିମ୍ବା ୨୦,୦୦୦ ଟଙ୍କା ଜୋରିମାନା କିମ୍ବା ଦୁଇଟି ଯାକ ଦଣ୍ଡ ଦିଆଯାଇପାରେ ।

ଏହି ଧାରା ସୁଶାନ୍ତ ମାମଲାରେ ଅନେକ ଥର ବ୍ୟବହୃତ ହୋଇଛି, ଏହି ବିଭାଗ ଅଧୀନରେ ପ୍ରାୟ ଦଶ ଜଣଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ଏହି ଧାରା ଲାଗୁ କରାଯାଇଛି। ଏହି ଆକ୍ଟର ବିଭିନ୍ନ ଧାରାରେ ୬ ମାସରୁ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

Leave a Reply