୬୪ଟି ଏନକାଉଣ୍ଟର କରିଥିବା ଅବସରପ୍ରାପ୍ତ ଡିଏସପି, ନିଜ ସୁଇସାଇଡ଼୍ ନୋଟରେ ଲେଖିଲେ କିଛି ଏମିତି କଥା…

1 min read

ବେଉର୍: ଆତ୍ମହତ୍ୟା କଲେ ଜଣେ ଦକ୍ଷ ପୋଲିସ ଅଫିସର । ବିହାରରେ ୩୭ ବର୍ଷ ପୋଲିସ ଚାକିରୀ କାଳରେ ୬୪ଟି ଏନକାଉଣ୍ଟର କରିଥିବା ଅବସରପ୍ରାପ୍ତ ଡିଏସପି କୃଷ୍ଣ ଚନ୍ଦ୍ର ଜଣେ ଲାଇସେନ୍ସଧାରୀ ବନ୍ଧୁକରେ ଆତ୍ମହତ୍ୟା କରିଛନ୍ତି । ରାଜ୍ୟରେ ଚନ୍ଦ୍ର ଏନକାଉଣ୍ଟର ସ୍ପେଶାଲିଷ୍ଟ ଇନ୍ସପେକ୍ଟର ଭାବରେ ଖୁବ ଜଣାଶୁଣା ଥିଲେ । ସେ ପରିବାର ଏବଂ ପୋଲିସ ବିଭାଗ ପାଇଁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଛାଡିଛନ୍ତି । ଏଥରେ ୬୮ବର୍ଷିୟ ଡିଏସପି ଚନ୍ଦ୍ର ଗୁରୁତର ଅବସାଦର ଶିକାର ହୋଇଥିବା ଦର୍ଶାଇଛନ୍ତି । ସେ ଏହି ରୋଗ ପାଇଁ ୧୬ବର୍ଷ ଧରି ଚିକିତ୍ସିତ ହେଉଥିଲେ ମଧ୍ୟ ଏଥିରୁ ମୁକ୍ତି ପାଇପାରିନଥିଲେ।

ଚନ୍ଦ୍ର ତାଙ୍କ ସ୍ତ୍ରୀ ଓ ତିନି ପିଲାଙ୍କ ନାଁରେ ଏକ ନୋଟରେ ଲେଖିଛନ୍ତି ଯେ, ମୋତେ କ୍ଷମା କରିଦେବ । ଅବସାଦ ହେତୁ ମୁଁ ମାସ ମାସ ଧରି ଶୋଇପାରେ ନାହିଁ ।  ଆଉ ମୁଁ ଏହି କଷ୍ଟ ସହିପାରୁନାହିଁ । ତେଣୁ, ମୁଁ ଏମିତି ଏକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ସାନପୁଅ ବଣ୍ଟି ପାଇଁ ସେ ଲେଖିଛନ୍ତି ଯେ ତୋତେ ଏସବିଆଇ ଶାଖା ଯାଇ ମୋର ପେନ୍ସନ୍ ବନ୍ଦ କରିବାକୁ ହେବ । ଏବଂ ମା’ର ପେନ୍ସନ୍ ଆରମ୍ଭ କରିବାକୁ ପଡିବ । ମୋ ମୋବାଇଲ୍ ଚାଲୁ ରଖିବ, କାରଣ ଏହା ବ୍ୟାଙ୍କ, ଗ୍ୟାସ୍, ବିଦ୍ୟୁତ୍ ଏବଂ ଆୟକର ପାଇଁ ଆବଶ୍ୟକ ହେବ ।

ଏଥି ସହିତ, ବେଉର୍ ଥାନା ଅଧିକାରୀଙ୍କୁ ସମ୍ବୋଧିତ କରି ଲେଖିଥିଲେ – ମୁଁ ଗତ ୧୬ ବର୍ଷ ଧରି ମାନସିକ ଚାପର ଶିକାର ହୋଇଛି । ଅନେକ ଚିକିତ୍ସା କରାଇଛି, କିନ୍ତୁ ସମସ୍ତ ଚିକିତ୍ସାର କୌଣସି ପ୍ରଭାବ ପଡ଼ିନାହିଁ । କଲୋନୀର ସାନ୍ତେଶ ସିହ୍ନାଙ୍କ ନିର୍ଯ୍ୟାତନା ହେତୁ ମୋର ଅବସାଦ ଚରମ ସୀମାରେ ପହଞ୍ଚିଥିଲା ​ । ତାଙ୍କ ନିର୍ଯାତନା ହେତୁ ମୁଁ ଆତ୍ମହତ୍ୟା କରୁଛି ।

ଚନ୍ଦ୍ର ଡ୍ୟୁଟିରେ ଥିବା ସମୟରେ ଦୁଇ ଦୁଇଥର ଗୁଳି ବାଜିଥିଲା କିନ୍ତୁ ସେ ସବୁରୁ ଚନ୍ଦ୍ର ବଞ୍ଚି ଯାଇଥିଲେ

ଡିଏସପି ଚନ୍ଦ୍ର ବେଉର ପୋଲିସ ଷ୍ଟେସନର କଲୋନୀର ଫେଜ୍ ୨ରେ ରହୁଥିଲେ । ସେ STF ର DSP ଥିଲେ । ୨୦୧୨ରେ ସୋନପୁରରେ ରେଳ DSPରୁ ଅବସର ନେଇଥିଲେ । ସେ  ଡ୍ୟୁଟିରେ ଥିବା ସମୟରେ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିଲେ । ତାଙ୍କ ପୁଅ ବଣ୍ଟି କହିଛନ୍ତି ଯେ ମଙ୍ଗଳବାର ସକାଳେ ମାଆ ତଳେ ଥିଲେ । ମୁଁ ବାପାଙ୍କ ବେଡ ରୁମ ପାଖରେ ଥିଲି । ରାତି ପ୍ରାୟ ୮ଟା ବେଳେ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା । ବାପାଙ୍କ କୋଠରୀକୁ ଯାଇ ଦେଖିଲି ଯେ ସେ ତଳେ ପଡ଼ିଛନ୍ତି । ଏବଂ ପାଖରେ ଏକ ପିସ୍ତଲ ଥିଲା।

ତାଙ୍କରେ ଜଣେ ବନ୍ଧୁ ଚିନ୍ଦ୍ରଙ୍କ ବିଷୟରେ କୁହନ୍ତି ଯେ, ସେ ଜଣେ ପରଉପକାରୀ ଲୋକ ଥିଲେ । ସେ ବହୁ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସିଛନ୍ତି । ଏବଂ ସେ କାର୍ଯ୍ୟରତ ଥିବା ସମୟରେ ଯେତେବେଳେ ବି ତାଙ୍କ ପାଖକୁ କୌଣସି ଗରିବଙ୍କୁ ହଇରାଣ କଲା ଭଳି ଯାହା ବି ଅଭିଯୋଗ ଆସେ ସେଥିପାଇଁ ସେ ସବୁ ବେଳେ ଆଗେଇ ଆସନ୍ତି । ସେ ଗରିବଙ୍କ ଦଃଖ ବୁଝୁଥିଲେ ଏବଂ ଗରିବଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ । ସେ ଏମିତି ବି ବହୁ ଗରିବ ଶ୍ରେଣୀର ଝିଅମାନଙ୍କୁ ବାହାଘର ମଧ୍ୟ କରାଇଛନ୍ତି ।

Leave a Reply