ବଟଲିଂ ୟୁନିଟ୍ ଚାଲୁ କରିବାକୁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଜ୍ୟର ୧୧ ଟି ଜିଲ୍ଲାରେ ଥିବା ବୋଟଲିଂ ଓ ବ୍ରିଓ୍ୱେରିସ୍‌ ୟୁନିଟ୍ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ । ଏ ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କମିଶନର । ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ରାୟଗଡ଼ା, ସମ୍ୱଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କଟକ ଓ ବଲାଙ୍ଗୀର ଜିଲ୍ଲାରେ ଥିବା ବୋଟଲିଂ ପ୍ଳାଣ୍ଟର ଓ ବ୍ରିଓ୍ୱେରିସ୍‌ ୟୁନିଟରେ ଥିବା ଷ୍ଟକ୍‌‌ ଯାଞ୍ଚ କରାଯିବା ପରେ ଏ ନେଇ ଅନୁମତି ଦିଆଯାଇଛି ।

Liquor Bottling Plant Manufacturer From Ghaziabad, India ...

ଲକ୍‌ଡାଉନ୍‌ ପରେ ମଦ ବିକ୍ରି ଆରମ୍ଭ ହେଲେ ମଦର ଡିମାଣ୍ଡ ବଢ଼ିବ । ସେତେବେଳର ଆବଶ୍ୟକତାକୁ ପୂରା କରିବା ପାଇଁ ବର୍ତ୍ତମାନ ଗୋଦାମ୍‌ରେ ଆବଶ୍ୟକ ପରିମାଣର ମଦ ମହଜୁଦ ନଥିବାରୁ ବୋଟଲିଂ ପ୍ଳାଣ୍ଟଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି ।  ତେବେ କଡ଼ାକଡ଼ିଭାବେ କୋଭିଡ ନିୟମର ପାଳନ ଓ ସାମାଜିକ ଦୂରତ୍ୱକୁ ରକ୍ଷା କରି ଉତ୍ପାଦନ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଫୁଟର ଦୂରତା, ମାସ୍କ ବ୍ୟବହାର ଏବଂ ସାନିଟାଇଜରର ବାରମ୍ୱାର ବ୍ୟବହାର କରି କାମ କରିବାକୁ ନିର୍ଦ୍ଦେଶ ରହିଛି ।

ବୋଟଲିଂ ପ୍ଳାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଚିଠି

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି । କିନ୍ତୁ ମଦ ଉତ୍ପାଦନ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବାରୁ ଖୁବ୍‌ଶୀଘ୍ର ରାଜ୍ୟରେ ମଦ ବିକ୍ରି ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି  ।

Liquor turns 70 percent costlier in Delhi with special corona fee ...

ଦେଶରେ ଲକ୍‌ଡାଉନ୍ ୩.୦ ଲାଗୁ କରାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଗ୍ରୀନ୍‌, ଅରେଞ୍ଜ ଓ ରେଡ୍ ଜୋନ୍‌ରେ ମଦ ଦୋକାନ ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା । ଏହା ପରେ ଦେଶର ଅନେକ ରାଜ୍ୟରେ ସେଠାକାର ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମଦ ବିକ୍ରିକୁ ଅନୁମତି ଦିଆଯାଇଥିଲା ଏବଂ ସେଠାରେ ମଦ ବିକ୍ରି ଆରମ୍ଭ ହୋଇଥିଲା ।

Supreme Court: Latest News on Supreme Court | Top Stories & Photos ...

ତେବେ ଇତିମଧ୍ୟରେ ଅନଲାଇନ୍‌ରେ ମଦ ବିକ୍ରି ବିକଳ୍ପ ଉପରେ ଧ୍ୟାନ ଦେବାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ମଦ ବିକ୍ରି ବେଳେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ଏଭଳି ପରାମର୍ଶ ଦେଇଛନ୍ତି । ତେବେ ଓଡ଼ିଶାରେ ଆଗକୁ ମଦ ବିକ୍ରି ଆରମ୍ଭ ହେଲେ ଗ୍ରାହକ ସିଧା ସଳଖ ମଦ ଦୋକାନକୁ ଯାଇ ମଦ କିଣିବେ ଅବା ଅନଲାଇନ୍‌ରେ ମଦ ବିକ୍ରି ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

Leave a Reply