ଅଫିସ୍ କାମରେ ସବୁ ସରକାରୀ କର୍ମଚାରୀ ଆସିପାରିବେନି ଭୁବନେଶ୍ୱର

1 min read
Special Covid Hospital To Be Established in Balasore

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ସରକାରୀ ଅଧିକାରୀଙ୍କ ଉପରେ ଲାଗିଲା ଅଙ୍କୁଶ । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନୂଆ ନିର୍ଦ୍ଦେଶନାମା ଜାରି ରଖିଛି । କଟକ ଓ ଖୋର୍ଦ୍ଧା ପୌରାଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରୁ ଭୁବନେଶ୍ୱର ଅଫିସ୍ ଆସୁଥିବା କର୍ମଚାରୀ ଆସିବେନି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ୩୧ ତାରିଖ ଯାଏଁ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଏହି ସମୟରେ କଟକ ଓ ଖୋର୍ଦ୍ଧା ପୌରାଞ୍ଚଳରୁ ଭୁବନେଶ୍ୱର ଅଫିସ୍ ଆସୁଥିବା ସରକାରୀ କର୍ମଚାରୀ ପୂର୍ବଭଳି ଆସିପାରିବେ । ନିର୍ଦ୍ଦେଶନାମାକୁ ସରକାର ଆଜିଠାରୁ ଲାଗୁ କରିଛନ୍ତି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ସମସ୍ତ ବିଭାଗ ସହ ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଛି ।

ନିକଟରେ ବାହାର ଜିଲ୍ଲାରୁ ଆସୁଥିବା ବିଏମସିର ଯନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଏମସି ଇଞ୍ଜନିୟରିଂ ବିଭାଗକୁ ସାନିଟାଇଜ୍ କରାଯାଇଥିଲା । ସେହିଭଳି ଭୁବନେଶ୍ୱର ଆରଟିଓ-୧ର ଅତିରିକ୍ତ RTO, ଜୁନିୟର MVI ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହେବା ପରେ ଅଫିସ୍ ସିଲ୍ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଖର୍ଚ୍ଚ କାଟ ଅଭିଯାନ,ଦୁଇ ବର୍ଷ ପାଇଁ ନୂଆ ନିଯୁକ୍ତି ମନା

Leave a Reply