ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଇପିଏସସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି । ସେହିପରି ଏସ୍‌ପି କମ୍ପ୍ୟୁଟର ଗଜଭିୟେ ଏସକେ. ଇଶ୍ୱରଦାସଙ୍କୁ ସହରାଞ୍ଚଳ ପୁଲିସ ଓ ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ପ୍ରିନ୍ସପାଲ ଭାବେ ବଦଳି କରାଯାଇଛି ।

କଳାହାଣ୍ଡି ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ମନୋଜ ମହନ୍ତଙ୍କୁ ଦେବଗଡ଼ ଏସ୍‌ପି (ଇନଚାର୍ଜ) ଭାବେ ବଦଳି କରାଯାଇଛି । ସହରାଞ୍ଚଳ ପୁଲିସ ଓ ଟ୍ରାଫିକ ଇନଷ୍ଟିଚ୍ୟୁଟ ପ୍ରିନ୍ସପାଲ ବିଜୟ ସାହୁଙ୍କୁ ୭ମ ବାଟାଲିୟନ କମାଣ୍ଡାଣ୍ଟ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସସି ଜମାଦାରଙ୍କ ବଦଳି ଆଦେଶକୁ ବାତିଲ କରାଯାଇଛି । ସେ ପୂର୍ବପରି ପୁଲିସ ମୁଖ୍ୟାଳୟ ଏଆଇଜି ଭାବେ କାର୍ଯ୍ୟ କରିବେ ।

Leave a Reply