କରୋନା ଭାଇରସ୍‌ ସମ୍ପର୍କିତ ମହତ୍ୱପୂର୍ଣ୍ଣ ଆବିଷ୍କାର କରିବାକୁ ଯାଉଥିବା ବୈଜ୍ଞାନିକଙ୍କୁ ଗୁଳିକରି ହତ୍ୟା

ପିଟରସବର୍ଗ ୟୁନିଭର୍ସିଟି ମେଡିସିନ ବିଭାଗର ଗବେଷକ ବିଙ୍ଗ୍‌ ଲିୟୁଙ୍କ ମୃତ୍ୟୁ ହୋଇଛି । ଶନିବାର ଏହି ୩୭ ବର୍ଷୀୟ ଗବେଷକଙ୍କ ମୃତଦେହ ରୋଜ୍‌ ଟାଉନ୍‌ସିପ୍‌ସ୍ଥିତ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ମୁଣ୍ଡ ଏବଂ ବେକକୁ ଗୁଳି ମରାଯାଇଛି । ଲିୟୁଙ୍କ ମୃତଦେହ ଉଦ୍ଧାର ହେବାର ଘଣ୍ଟାଏ ପରେ ତାଙ୍କ ଘରଠାରୁ ୧ମାଇଲ୍‌ ଦୂରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ହାଓ ଗୁ  । ରୋଜ୍‌ ଟାଉନ୍‌ସିପ୍‌ର ଜଣେ  ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଉଭୟ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି । ଗୁ ଲିୟୁଙ୍କୁ ଗୁଳି କରିବା ପରେ ନିଜ କାର୍‌ରେ ପହଞ୍ଚିଥିଲେ । ପରେ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତକାରୀ ଅଧିକାରୀ ଅନୁମାନ କରୁଛନ୍ତି ।  ତେବେ ପୋଲିସ ସେମାନଙ୍କ ସମ୍ପର୍କ ନେଇ ତଦନ୍ତ ଜାରି ରଖିବା ସହ ହତ୍ୟାର କାରଣ ନେଇ ତନାଘନା ଚଳାଇଛି । ତେବେ କରୋନା ମହାମାରୀର ଭ୍ୟାକ୍ସିନ୍ ଉପରେ ଗବେଷଣା କରୁଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ପ୍ରଫେସର ବିଙ୍ଗ୍‌ ଲିୟୁ ।

Leave a Reply