ସର୍ବସାଧାରଣଙ୍କ ଲାଗି କାଲି ଅଢ଼େଇ ଘଣ୍ଟା ମହାତ୍ମା ଗାନ୍ଧି ମାର୍ଗ ମନା

1 min read
Republic Day Ceremony on Mahatma Gandhi Marg is not open to public because of Covid 19 restrictions

ଭୁବନେଶ୍ୱର: ଆସନ୍ତାକାଲି ଦେଶ ପାଳିବ ୭୨ତମ ଗଣତନ୍ତ୍ର ଦିବସ । ଏଥିପାଇଁ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ରାଜଧାନୀର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । କୋଭିଡ୍ କଟକଣା ଭିତରେ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । କୋଭିଡ୍ କଟକଣାରେ ସମାରୋହ ହେଉଥିବାରୁ ମହାତ୍ମା ଗାନ୍ଧି ମାର୍ଗରେ ସର୍ବସାଧାରଣ ଯାତାୟତ ବାରଣ କରାଯାଇଛି ।

ଆସନ୍ତାକାଲି ସକାଳ ୬ଟା ୩୦ରୁ ୯ଟା ଯାଏ ସର୍ବସାଧାରଣଙ୍କ ଲାଗି ମହାତ୍ମା ଗାନ୍ଧି ମାର୍ଗ ବନ୍ଦ ରହିବ । ଗାଡ଼ି କିମ୍ବା ଚାଲିକରି କେହି ବି ମହାତ୍ମା ଗାନ୍ଧି ମାର୍ଗରେ ଯାଇ ପାରିବେ ନାହିଁ । ଚଳିତଥର କରୋନା ପାଇଁ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ପରେଡରେ ଭାଗ ନେବେ ନାହିଁ । ପରେଡରେ କେବଳ ପୋଲିସ ଭାଗ ନେବ ।

ଏଥିସହ ପଢ଼ନ୍ତୁ- ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି

ଏପରିକି ଗଣତନ୍ତ୍ର ଦିବସ ସମାରୋହରେ ସାଧାରଣ ଲୋକ ସାମିଲ୍ ହୋଇପାରିବେ ନାହିଁ । ଇ-ନିମନ୍ତ୍ରଣ ଦ୍ୱାରା ଅଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଛି । ସମାରୋହ ସ୍ଥଳରେ ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ପ୍ରବେଶ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ।

ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଏଥିସହ ପଢ଼ନ୍ତୁ- ଗାନ୍ଧୀ ମାର୍ଗରେ ପାଳନ ହେବ ୭୨ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

Leave a Reply