KBCର ଏହି ପ୍ରଶ୍ନରେ ଲୁଚି ରହିଥିଲା ସ୍ୱାମୀଙ୍କ ନାଁ, ଏମିତି ଉତ୍ତର ଦେଇଥିଲେ ରେଣୁକା

ମୁମ୍ବାଇ: କୌନ୍ ବନେଗା କରୋଡ଼ପତୀର ୧୨ତମ ସିଜିନ୍ ଚାଲୁଛି । କରୋନା ଯୋଗୁଁ ଏହି ଶୋ’ରେ କିଛି ପରିବର୍ତ୍ତନ କରାଯାଇଛି । ତେବେ କରୋନା ସଙ୍କଟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଉତ୍ସାହ କମିନାହିଁ କି ଶୋ’ର ହୋଷ୍ଟ ଅମିତାଭଙ୍କ ଆତ୍ମବିଶ୍ୱାସ ମଧ୍ୟ କମିନାହିଁ । ଏହି ଶୋ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜିତ କରିଥାଏ । କେବିସିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରମବୀର ଏପିସୋଡରେ ସମାଜସେବୀ ଫୁଲବାସନ ଭାଗ ନେଇଛନ୍ତି। ଏବଂ ଅଭିନେତ୍ରୀ ରେଣୁକା ଶହାଣେ ତାଙ୍କୁ ସମର୍ଥନ କରୁଥିଲେ। ଖେଳ ସମୟରେ ଏକ ପ୍ରଶ୍ନର ଉତ୍ତରର କନେକସନ୍ ରେଣୁକାଙ୍କ ସ୍ୱାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କ ନାମ ଥିଲା  । ତେବେ ନିକଟରେ ଏନେଇ ରେଣୁକାଙ୍କ ପ୍ରତିକ୍ରିୟା ସାମ୍ନକୁ ଆସିଛି । ​

କେବିସି କରମବୀର ସ୍ୱତନ୍ତ୍ର ଏପିସୋଡ ସମୟରେ ଅମିତାଭ ବଚ୍ଚନ ଓ ଛତିଶଗଡ ମହିଳା ଫୁଲବାସନ ଦେବୀଙ୍କ ସାମ୍ନା ସାମ୍ନି ହୋଇ ବସିଥିଲେ । ତାଙ୍କୁ ସମର୍ଥନ ଓ ଉତ୍ସାହିତ କରିବା ପାଇଁ ଅଭିନେତ୍ରୀ ରେଣୁକା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଖେଳରେ, ତୃତୀୟ ପ୍ରଶ୍ନ ରେଣୁକାଙ୍କ ସହ କନେକ୍ଟେଡ୍ ଥିଲା ଏବଂ ସେ ଏହାର ଉତ୍ତର ଦେବାକୁ ଅଧିକ ସମୟ ନେଇନଥିଲେ । ବିଗ୍ ବିଙ୍କ ପ୍ରଶ୍ନ ପଢ଼ିବା ପରେ ରେଣୁକା ଅପସନ୍ ରଖିବାକୁ ମଧ୍ୟ ସମୟ ନେଇ ନଥିଲେ । ସେ ହସି ହସି ଉତ୍ତରରେ କହିଥିଲେ ଯେ, ‘ଏହା ମୋର ସ୍ୱାମୀଙ୍କ ନାଁ’ ।

ସେହି ପ୍ରଶ୍ନଟି ହେଉଛି: ଭଗବାନ ଶିବଙ୍କର ଏମିତି କେଉଁ ନାଁ ରହିଛି ଯାହାର ଅର୍ଥ ହେଉଛି ଯିଏ ଶୀଘ୍ର ଖୁସି ହୁଏ? ଅପସନ ଗୁଡ଼ିକ ହେଉଛି ମନମୋହନ, ଆଶୁତୋଷ, କେଶବ ଏବଂ ମାଧବ । ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଆଶୁତୋଷ । ରେଣୁକାର ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବା ସମୟରେ ଖୁବ ଖୁସି ଅନୁଭବ କରୁଥିଲେ ।  ଅମିତାଭ ବଚ୍ଚନ ମଧ୍ୟ ଏହି ପ୍ରଶ୍ନ ପଚାରି ଖୁସି ଥିଲେ । ପ୍ରତିଷ୍ଠିତ ଅଭିନେତ୍ରୀ ରେଣୁକା ହମ ଆପକେ ହୈଁ କୌନ ଫିଲ୍ମରେ ଅଭିନୟ କରିବା ପରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ଉଭୟଙ୍କ ବଣ୍ଡିଂ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଛି ।

Leave a Reply