ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି

୧୯୯୯ ମସିହା ଅକ୍ଟୋବର ୨୯ ।  ଓଡ଼ିଶା ଇତିହାସ ପୃଷ୍ଠାରେ ଏକ ଅଶୁଭ ଶୁକ୍ରବାରର କାଳିମା । ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କାରୀ ମହାବାତ୍ୟା ।ଏବେ ବି ସେହି ଦୃଶ୍ୟ ମନେପଡିଲେ ଟାଙ୍କୁରି ଉଠେ ଲୋମମୂଳ । ଏପରି କୁହନ୍ତି ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକେ । ବେଶି କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ । ଛାରଖାର ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲା । ବିଶେଷ କରି ବାଲିକୁଦା ବ୍ଲକର ବନ୍ଦର, ନହରଣା ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏରସମା ବ୍ଲକର ଗଡହରିଶପୁର, ଦହିବର , ଜପା, ଗଡବିଶୁନପୁର ଅଞ୍ଚଳ ବହୁ ଲୋକଙ୍କ ଲିଭିଯାଇଥିଲା ଜୀବନ ଦ୍ବୀପ ।

ପାରାଦ୍ବୀପ ଷଣ୍ଢକୁଦ ବସ୍ତିରେ ପବନ ସାଙ୍ଗକୁ ହଠାତ୍ ସମୁଦ୍ର ପାଣି ପଶିଯିବାରୁ ନିଶ୍ଚିହ୍ନ ହୋଇଯାଇଥିଲେ ବହୁ ପରିବାର । ଏମିତିକି ଗୋଟିଏ ଗୋଟିଏ ଗାଁରେ ପାଖାପାଖି ୮୦ ଭାଗ ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ଅକ୍ଟୋବର ଆସିଲେ ଅଜଣା ଭୟ ଓ ଆଶଙ୍କାରେ ରୁହନ୍ତି ସମୁଦ୍ର କୂଳିଆ ଲୋକେ । ଏବେବି ନିଜ ପ୍ରିୟଜନଙ୍କୁ ଖୋଜି ଆଖିରୁ ଲୁହ ଝରୁଛି ଲୁହ । ମାଟିରେ ମିଶି ଯାଇଥିବା ଘର, କାଦୁଅରେ ପୋତି ହେଇ କୁଢ଼ କୁଢ଼ ଚିହ୍ନା ଅଚିହ୍ନା ଶବ ଙ୍କ ମେଳରେ ବିତେଇଥିବା ଦିନ ଗୁଡ଼ିକ ଅସ୍ତବ୍ୟସ୍ତ କରିପକାଉଛି ସେମାନଙ୍କୁ ।

ଏମିତି ଏକ ବସ୍ତି ହେଉଛି ଷଣ୍ଢକୁଦ ବସ୍ତି । କିନ୍ତୁ ଦିର୍ଘ ୨୧ ବର୍ଷ ପରେ ମଧ୍ୟ ଏବେ ବି ଏହି ଷଣ୍ଢକୁଦ ବସ୍ତିରେ ବାତ୍ୟା ଆଶ୍ରୟସ୍ଥଳ ଟିଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ  । ନନ୍ଦିଘୋଷ ଟିମ୍ ଆଜି ମହାବାତ୍ୟାର କାରଳ ରୂପର ପ୍ରଭାବକୁ ବଖାଣିବା ପାଇଁ ଆଜି ଏଇଠାରେ ପହଞ୍ଚିଥିଲା । ଏବେ ବି ସମସ୍ୟା ସହ ଜୁଢୁଛନ୍ତି ଏମାନେ । ବାତ୍ୟା ଆଶ୍ରୟସ୍ଥଳୀ ନଥିବା ହେତୁ ଭୟ ଏବେବି ଲାଗି ରହିଛି । ତେବେ ଏହା କେବଳ ଚିତ୍ର ନୁହେଁ । ଓଡିଶାରେ ଏଭଳି ତମାମ ଚିତ୍ର ରହିଛି ।

Leave a Reply