ମୋବାଇଲ୍ ଭିଡିଓ କଲିଂ ପାଇଁ ଜିଓ ଗ୍ଲାସ୍-୩ଡି ଚଷମା

ନିଜର ୩୪ତମ ବାର୍ଷିକ ଉତ୍ସବରେ ଜିଓ ଗ୍ଲାସ୍ ଲଞ୍ଜ କରିବା ନେଇ ଘୋଷଣା କରିଛି କମ୍ପାନୀ । କମ୍ପାନୀ ପକ୍ଷରୁ ଏହି ଚଷମା ସମ୍ପର୍କରେ କୁହାଯାଇଛି ଯେ ଏହା ଭିଡିଓ କଲିଂ ପାଇଁ ସହାୟକ ହେବ । ଗ୍ଲାସ ପିନ୍ଧି ଆପଣ ଭିଡିଓ କଲିଂ କରିପାରିବେ । ଏହି ସ୍ମାଟ ଚଷମାକୁ ନେଇ କମ୍ପାନୀ ବେଶ ଆଶାବାଦୀ ରହିଛି । ଏହି ଚଷମା ଜରିଆରେ ଭର୍ଚୁଆଲ୍ କଥାବାର୍ତ୍ତା ସହ ୩ଡି ଅନୁଭୂତି ନେବା ସମ୍ଭବପର ହେବ ।

Reliance Jio announces new Jio Glass for 3D interactions, holographic content

ତେବେ ଏହି ଗ୍ଲାସର ଓଜନ ୭୫ ଗ୍ରାମ ରହିଥିବା ବେଳେ ଏହାକୁ ପିନ୍ଧି ଭିଡିଓ କଲିଂର ଅନୁଭୂତି ନିଆରା ଓ ସ୍ୱତନ୍ତ୍ର ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ଉଭୟ ୨ଜି ଓ ୩ଜିର ସୁବିଧା ରହିଛି । ବ୍ୟବହାରକାରୀ ନିଜ ଇଚ୍ଛା ମୁତାବକ ସେବା ବାଛିପାରିବେ । ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଜିଓ ଗ୍ଲାସର ମୂଲ୍ୟକୁ ନେଇ କୌଣସି ଘୋଷଣା ହୋଇନାହିଁ । ତେବେ ବଜାର ପ୍ରବେଶ ପରେ ଯୁବପିଢୀଙ୍କ ମଧ୍ୟରେ ଏହାର ଚାହିଦା ରହିବ ବୋଲି କମ୍ପାନୀ ଆଶା କରୁଛି ।

Leave a Reply