ରାଜ ବବର ଥିଲେ NSDରେ ଅଜିତଙ୍କ ସାଙ୍ଗ, ମୁମ୍ବାଇ ଟିକେଟ୍ କଟା ସରିଥିଲା କିନ୍ତୁ…

1 min read
Relationship Between Raj Babbar Ajit Bachhani And Ajit Das

NSDରେ ଅଜିତଙ୍କ ସହପାଠୀ ଥିଲେ ବଲିଉଡର ପ୍ରସିଦ୍ଧ ଅଭିନେତା ତଥା କଂଗ୍ରେସ ନେତା ରାଜ୍ ବବର । ଏହା ସହ ଅଜିତଙ୍କ ଆଉ ଜଣେ ସହପାଠୀଙ୍କ ନାମ ମଧ୍ୟ ଥିଲା ଅଜିତ । ସେ ଥିଲେ ବଲିଉଡର ପ୍ରସିଦ୍ଧ ଚରିତ୍ର ଅଭିନେତା ଅଜିତ ବଛାନି । ଏନଏସଡିରେ ନିଜ ପ୍ରଶିକ୍ଷଣ ସମୟକୁ ମନେ ପକାଇ ଅଜିତ ଦାସ କୁହନ୍ତି ଯେ, ଏନଏସଡି ଗଲା ପରେ ଜାଣିଲି ଅଭିନୟ କ’ଣ । ମୋ ଆଖି ଯାହା ସେଠାରେ ଦେଖୁଥିଲା ତାହା ଅଭିନୟ ବୋଲି ମୁଁ ଜାଣି ପାରିଥିଲି । ସେଠାରେ ଅଜିତଙ୍କ ପାଇଁ ଭାଷା ଗୋଟିଏ ବଡ଼ ବ୍ୟବଧାନ ଥିଲା । ଅଭିନୟ କିମ୍ବା ରିହରସଲର ଏକ ଘଣ୍ଟା ଆଗରୁ କଥାବାର୍ତ୍ତା ବନ୍ଦ କରିବା ବାଧ୍ୟତା ମୂଳକ ଥିଲା ।

Relationship Between Raj Babbar Ajit Bachhani And Ajit Das
FILE

ଏନଏସଡିରେ ତାଙ୍କ ସହପାଠୀଙ୍କ ମଧ୍ୟରୁ ସେ ଅଜିତ ବଛାନି ଓ ରାଜ ବବରଙ୍କ ଅଧିକ ନିକଟତର ଥିଲେ । ଏନଏସଡିରୁ ପାସ କଲା ପରେ ତିନିହେଁ ଏକାଠି ମୁମ୍ବାଇ ପାଇଁ ଟିକେଟ୍ କାଟିଥିଲେ । ସେତେବେଳେ ମୁମ୍ବାଇ ଥିଲା ବମ୍ବେ । ତେବେ ଅଜିତ ବଛାନିଙ୍କ ପରିବାରରେ କୌଣସି ଏକ ସମସ୍ୟା ପାଇଁ ଟିକେଟ୍ ବାତିଲ ହୋଇଥିଲା । ପରେ ତିନି ଜଣ ମିଶିକରି ବମ୍ବେ ଯିବେ ବୋଲି ସ୍ଥିର ହୋଇଥିଲା । ଅଜିତ ଓଡ଼ିଶା ଫେରି ଆସିଥିଲେ । ଆଉ ଏହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।

Relationship Between Raj Babbar Ajit Bachhani And Ajit Das
FILE

ଅଜିତ ଓଡ଼ିଶାରେ ପହଞ୍ଚିବା ପରେ ଥରେ ତାଙ୍କୁ ତାଙ୍କ ପିତା ଏକ ବିଜ୍ଞାପନ ଦେଖାଇ ଥିଲେ । ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପାଇଁ ବାହାରିଥିଲା ବିଜ୍ଞାପନ । ଅଜିତ ଅଧ୍ୟାପକ ପଦବୀ ପାଇଁ ଆବେଦନ କରନ୍ତି ଓ ଚାକିରି ମିଳିଯାଏ । ତାଙ୍କ ସହ ବିଜୟ ମହାନ୍ତି ମଧ୍ୟ ମହାବିଦ୍ୟାଳୟରେ ଯୋଗ ଦିଅନ୍ତି । ଆଉ ମୁମ୍ବାଇ ଅଜିତଙ୍କ ପାଇଁ ଦୂର ସ୍ୱପ୍ନ ହୋଇଯାଏ । ଏମିତି ବି କୁହାଯାଇ ପାରେ ଅଜିତ ମୁମ୍ବାଇକୁ ଭୂଲି ଯାଇଥିଲେ ।

ଏଥିସହ ପଢ଼ନ୍ତୁ- ବରବାଦ ଖାତାରେ ଥିଲା ଅଜିତଙ୍କ ନାଁ, କେମିତି ଓ କାହିଁକି ତାଙ୍କ ସେହି ଖାତାକୁ ଉଠିଥିଲା ତାଙ୍କ ନାମ ? ଜାଣନ୍ତୁ

ଏଥିସହ ପଢ଼ନ୍ତୁ- ଭଲ ଫିଗର ଅଛି ହୋ, NSD ପାଇଁ ଲାଗ, କିଏ ଏମିତି ଅଜିତଙ୍କୁ କହିଥିଲେ ?

ଏଥିସହ ପଢ଼ନ୍ତୁ- ଅଶୁଭ ୨୦୨୦: ବିଜୟଙ୍କ ପରେ ଅଜିତଙ୍କ ପ୍ରସ୍ଥାନ, ଶୋକରେ ଓଲିଉଡ୍

Leave a Reply