ପୁଣି ଚର୍ଚ୍ଚାରେ ଅମିତାଭ-ରେଖା, ଜାଣନ୍ତୁ କାହିଁକି…

1 min read
Rekha And Amitabh Bachachan Trending Again know Why.

ମୁମ୍ବାଇ: ଅମିତାଭ ଓ ରେଖା  । ବଲିଉଡର ଦୁଇ ଜୀବନ୍ତ କିମ୍ବଦନ୍ତୀ । ସିନେମା ସୁମଧୂର ହିନ୍ଦୀ ସଙ୍ଗୀତ ଆଉ ନୃତ୍ୟକୁ ଭଲପାଉଥିବା ସବୁ ମଣିଷର ପ୍ରିୟ ଚରିତ୍ର ହେଉଛନ୍ତି ରେଖା ଓ ଅମିତାଭ । ରିଲ ହେଉ ଅବା ରିୟଲ ଲାଇଭ… ଅମିତାଭ ରେଖା ହିଁ ଖବରର ଶୀର୍ଷରେ ରହିଥାନ୍ତି । ନିଜର ପ୍ରଭାବଶାଳୀ ଅଭିନୟ ହେଉ ଅଥବା ଆଉ କେଉଁ କାରଣରୁ । ଖବର ଏମାନଙ୍କ ପିଛା ଛାଡ଼େନି । ରେଖାଙ୍କ ପଦିଏ କଥା ହେଉ କିମ୍ବା ଅମିତାଭଙ୍କ ଚ୍ୱିଟ… ତାହା ନ୍ୟୁଜରେ ଟ୍ରେଣ୍ଡ କରେ ।

ଏବେତ କୋଭିଡ ସମୟ… ନା ଫିଲ୍ମ ଅଛି ନା ଫିଲ୍ମ ହଲ ଚାଲୁଛି । ଏହି ଦୁଇ ଜଣଙ୍କର କୌଣସି ସିନେମା ମଧ୍ୟ ଦୀର୍ଘ ଦିନ ହେଲା ଆସିନି, ହେଲେ ଚର୍ଚ୍ଚା ଆସିଛି । ଜୁଲାଇ ୧୧, ୨୦୨୦ ରାତି ପାହି ଆସୁଥାଏ । ଏକ ଖବର ସମସ୍ତଙ୍କ ପାଇଁ ଅସ୍ୱାଭାବିକ ଥିଲା । ଶତାବ୍ଦୀର ମହାନାୟକ ତଥା ଅଶୀ ଦଶକର ଆଙ୍ଗ୍ରି ୟଙ୍ଗ ମ୍ୟାନ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି । ଏହି କଥା ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । ଏହା ପରେ ସବୁ ମହଲରୁ ଛୁଟି ଆସିଥିଲା ବିଗ ବିଙ୍କର ଆସୁ ଆରୋଗ୍ୟର କାମନା । ଏହାର କିଛି ସମୟ ପରେ ଜୁନିୟର ବଚ୍ଚନ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ଆସିଥିଲା । ବର୍ତ୍ତମାନ କୋଭିଡର ଦ୍ୱିତୀୟ ଟେଷ୍ଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ପଜିଟିଭ ଆସିଛି ।

ହେଲେ ଏସବୁ ମଧ୍ୟରେ ରେଖା କଣ ପାଇଁ ଖବରକୁ ଆସିଗଲେ ? ଅମିତାଭ କରୋନା ପଜିଟିଭ ଆସିବା ସହ ରେଖାଙ୍କର କଣ ସଂପର୍କ ରହିଛି ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦେଳିତ କରୁଥିବ । ଜଣାଇ ରଖୁଛୁ ଯେ, ରେଖା ସଂମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି… ହେଲେ ସେ ରହୁଥିବା ବଙ୍ଗଳା  Sea Sripngs କୁ ସିଲ କରାଯାଇଛି । ବଙ୍ଗଳାକୁ ସିଲ କରିବା ସହ କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟ ଘୋଷଣା କରାଯାଇଛି  । କାରଣ ଏହି ବଙ୍ଗଳାର ସିକ୍ୟୁରିଟି ଗାର୍ଡଙ୍କୁ କରୋନା ହେଇଥିଲା । ତେଣୁ ଗୋଟିଏ ଦିନରେ ଅମିତାଭ- ରେଖାଙ୍କ ନାଁ ପୁଣି ଟ୍ରେଣ୍ଡିଂ କରୁଛି ।

 

Leave a Reply