ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୪୪, ସମୁଦାୟ ସୁସ୍ଥତା ସଂଖ୍ୟା ୩୦,୨୪୧

1 min read

ଆଜି ରାଜ୍ୟରେ ୧୫୪୪ ଜଣ  କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଟ୍ୱିଇଟ୍ କରି ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମରୁ ୫୬୦ଜଣ, ଗଞ୍ଜାମରୁ ୨୦୩, କୋରାପୁଟର ୧୪୩, ଗଜପତିର ୭୫, ନୟାଗଡ଼ର ୬୨, ସୁନ୍ଦରଗଡ଼ର ୫୯, କନ୍ଧମାଳର ୪୧, କଟକର ୩୭, କଳାହାଣ୍ଡି ଓ ରାୟଗଡ଼ାରୁ ୩୬ ଜଣ ଲେଖାଏଁ, ଯାଜପୁରର ୩୪, ବାଲେଶ୍ୱରରୁ ୩୩ ଓ ପୁରୀରୁ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସେହିଭଳି ସମ୍ୱଲପୁରର ୩୧, ମାଲକାନଗିରିର ୨୪, କେନ୍ଦ୍ରାପଡ଼ାର ୨୧, କେନ୍ଦୁଝରର ୧୭, ବରଗଡ଼ ଓ ବଲାଙ୍ଗିରରୁ ୧୬ ଜଣ ଲେଖାଏଁ, ଢେଙ୍କାନାଳର ୧୩ ଓ ମୟୁରଭଞ୍ଜର ୧୨ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ତେବେ ଭଦ୍ରକ, ଜଗତସିଂହପୁର ଓ ସୋନପୁରର ୮ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ାର ୬ ଜଣ ଓ ନବରଙ୍ଗପୁରରୁ ୪ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସୁସ୍ଥତା ହାର ସନ୍ତୋଷଜନକ ରହିଛି । ଏଯାବତ୍ ରାଜ୍ୟରେ ୩୦୨୪୧ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।

Leave a Reply